ହାଇଦ୍ରାବଦ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ ଚିରାକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ସେ 1995ରୁ 2007 ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟଭାର ସମ୍ଭାଳିଥିଲେ । ପରିବାର ବନ୍ଧୁ ପରିଜନଙ୍କ ଗହଣରେ ଗୁରୁବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ତାଙ୍କ ବିୟୋଗରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦ ଓ ନିକୋଲାଇ ସାର୍କୋଜି ଶୋକବ୍ୟକ୍ତ କରିଛନ୍ତି । ଏହାସହ ଫ୍ରାନ୍ସର ନେସନାଲ ଆସେମବ୍ଲି ପକ୍ଷରୁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଛି ।
ଚିରାକ ଦୁଇ ଥର ଫ୍ରାନ୍ସର ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ତାଙ୍କ ଶାସନ କାଳରେ ସେ ଫ୍ରାନ୍ସରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବରୁ ଫ୍ରାନ୍ସରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ 7 ବର୍ଷ ଥିଲା । ଏଥିରେ ପରିବର୍ତ୍ତନ କରି ସେ ଏହାକୁ 5 ବର୍ଷ କରିବା ପାଇଁ ନିୟମ ଆଣିଥିଲେ ।