ଓଡିଶା

odisha

ETV Bharat / international

200 ବର୍ଷ ପୁରୁଣା ଚର୍ଚ୍ଚରେ ପାଳନ ହେବନି ଖ୍ରୀଷ୍ଟମାସ, ଜାଣନ୍ତୁ କାହିଁକି ? - france church

ଚଳିତ ବର୍ଷ ଫ୍ରାନ୍ସର ଦୁଇ ଶହ ବର୍ଷ ପୁରୁଣା ନୋଟ୍ରୋ ଡେମ କ୍ୟାଥେଡ୍ରାଲରେ ଚଳିତ ବର୍ଷ ପାଳନ ହେଉନି ଖ୍ରୀଷ୍ଟମାସ । ଆସନ୍ତ ଜାଣିବା କଣ ରହିଛି କାରଣ । ଆଗକୁ ପଢନ୍ତୁ...

first time christmas will not celebrate
ଦୁଇ ଶହ ବର୍ଷ ପୁରୁଣା ଚର୍ଚ୍ଚ

By

Published : Dec 23, 2019, 11:29 AM IST

ପ୍ୟାରିସ:ଆଉ ଗୋଟିଏ ଦିନ ପରେ ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ । ଏନେଇ ଚାରିଆଡେ ପ୍ରସ୍ତୁତି ଚାଲିଛି । ରଙ୍ଗୀନ ଆଲୋକମାଳା ସହ ଖ୍ରୀଷ୍ଟମାସ ଟ୍ରିରେ ସୁସଜ୍ଜିତ ଘର ଠାରୁ ବାହର । କିନ୍ତୁ ଫ୍ରାନ୍ସର ଦୁଇ ଶହ ବର୍ଷ ପୁରୁଣା ନୋଟ୍ରୋ ଡେମ କ୍ୟାଥେଡ୍ରାଲରେ ଚଳିତ ବର୍ଷ ପାଳନ ହେଉନି ଖ୍ରୀଷ୍ଟମାସ ।

କାରଣ ଚଳିତ ବର୍ଷ ଏପ୍ରିଲ ମାସରେ ଚର୍ଚ୍ଚରେ ଲାଗିଥିଲା ଭୀଷଣ ଅଗ୍ନିକାଣ୍ଡ। ଆଉ ଏହି ଅଗ୍ନିକାଣ୍ଡର ଏତେ ଜୋରରେ ଥିଲା ଯେ, ଅଳ୍ପ ସମୟ ଭିତରେ ସବୁ ପୋଡି ପାଉଁଶ କରଥିଲା । ଫଳରେ ଚର୍ଚ୍ଚର ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ।

ଚର୍ଚ୍ଚ ଅଧିକାରୀଙ୍କ କହିବା ଅନୁସାରେ, ଏତେ ପୁରୁଣା ଚର୍ଚ୍ଚରେ ପ୍ରଥମ ଥର ପାଇ ଆମର ସବୁଠୁ ବଡ ପର୍ବ ପାଳନ ହେବ ନାହିଁ। ଏତେ ମାତ୍ରାରେ କ୍ଷତି ହୋଇଛି ଯେ, ବର୍ତ୍ତମାନ ଚର୍ଚ୍ଚର ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡିଛି । ସିଗାରେଟ ଧୂଆଁରୁ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ହୋଇଥିବା କହନ୍ତି ସେ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଏହି ଚର୍ଚ୍ଚକୁ କବଜା କରିନିଆଯାଇଥିଲା । ଏହାପରେ ମଧ୍ୟ ପ୍ରତିବର୍ଷ ଖ୍ରୀଷ୍ଟମାସରେ ଚର୍ଚ୍ଚ ଖୋଲାଯାଏ । ଧୁମଧାମରେ ପାଳନ ହୁଏ ଖ୍ରୀଷ୍ଟମାସ ।

ABOUT THE AUTHOR

...view details