ସୁଭା: ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ଫିଜିରେ ଗୁରୁବାର କର୍ଫ୍ୟୁ ଲାଗୁ କରାଯାଇଛି । ଉପକୂଳବର୍ତ୍ତୀ ନିକଟରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ଅନୁରୋଧ କରିବା ସହ ସମସ୍ତ ପ୍ରସ୍ତୁତି ନିଆଯାଇଛି । ତେବେ ଗୁରୁବାର କିମ୍ବା ଶୁକ୍ରବାର ସାଇକ୍ଲୋନ୍ ୟାସା ଭିଟି ଲେଭୁ ଏବଂ ଭାନୁଆ ଲେଭୁର ଦୁଇଟି ମୁଖ୍ୟ ଦ୍ୱୀପକୁ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ରାତାରାତି କର୍ଫ୍ୟୁ ଲାଗୁ କରାଯିବା ସହ ପ୍ରାକୃତିକ ବିପର୍ଯ୍ୟୟର ସ୍ଥିତି ଘୋଷଣା କରାଯାଇଛି ।
ମାଡି ଆସୁଛି ବାତ୍ୟା 'ୟାସା', ଫିଜିରେ ଲାଗୁ ହେଲା କର୍ଫ୍ୟୁ - ଫିଜିରେ ତାଣ୍ଡବ ରଚିବ ବାତ୍ୟା ୟାସା
ଫିଜିରେ ମାଡି ଆସୁଛି ବାତ୍ୟା ୟାସା । ଏନେଇ ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ କର୍ଫ୍ୟୁ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ମାଡି ଆସୁଛି ବାତ୍ୟା 'ୟାସା' , ଫିଜି ରେ ଲାଗୁ ହେଲା କର୍ଫ୍ୟୁ
ତେବେ ପୂର୍ବରୁ ଏଠାରେ 2016 ମସିହାରେ ସାଇକ୍ଲୋନ ୱିନଷ୍ଟନ୍ ଅତି ଭୟାବହ ରୂପ ଧାରଣ କରିଥିଲା । ଯେଉଁଥିରେ 40 ଜଣଙ୍କର ମୃତ୍ୟୁ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ଏବଂ ହାୱାଇ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ରାସ୍ତାରେ ଅବସ୍ଥିତ ଫିଜିର ଜନସଂଖ୍ୟା ପ୍ରାୟ 930,000 ।
ତେବେ ବାତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡିସେମ୍ବର ମାସରେ ଏହି ବାତ୍ୟା ଖାଦ୍ୟ ବ୍ୟବସାୟ ଉପରେ ଅଧିକ ପ୍ରଭାବ ପକାଇବା ବୋଲି ଲୋକେ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।