ଓଡିଶା

odisha

ETV Bharat / international

ୟୁକେ ସରକାରଙ୍କ ନୂଆ ଗାଇଡଲାଇନ: ଫେସ ମାସ୍କ ବାଧ୍ୟତାମୂଳକ - ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଅଧିକ ବାହାରୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିର୍ଦ୍ଦେଶରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତ ଦୋକାନ ବଜାର ଏବଂ ସପିଂ ମଲରେ ଫେସ ମାସ୍କ ବାଧ୍ୟତାମୂଳକ ହୋଇଛି । ଅଧିକ ପଢନ୍ତୁ...

ୟୁକେ ସରକାରଙ୍କ ନୂଆ ଗାଇଡଲାଇନ: ଫେସ ମାସ୍କ ବାଧ୍ୟତାମୂଳକ
ୟୁକେ ସରକାରଙ୍କ ନୂଆ ଗାଇଡଲାଇନ: ଫେସ ମାସ୍କ ବାଧ୍ୟତାମୂଳକ

By

Published : Jul 24, 2020, 10:21 PM IST

ଲଣ୍ଡନ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ ଦେଖି ୟୁକେ ସରକାର ନୂଆ ନିୟମ ଜାରି କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଅଧିକ ବାହାରୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିର୍ଦ୍ଦେଶରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତ ଦୋକାନ ବଜାର ଏବଂ ସପିଂ ମଲରେ ଫେସ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହି ସ୍ଥାନମାନଙ୍କରେ ଲୋକଙ୍କ ଗହଳି ଅଧିକ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।

ଏହା ଅନୁସାରେ ଦୋକାନ, ସୁପରମାର୍କେଟ, ଇଣ୍ଡୋର ସପିଂ ସେଣ୍ଟର, ଷ୍ଟେସନ, ଏୟାରପୋର୍ଟ, ମଲ ଆଦିରେ ଫେସ ମାସ୍କ ନିୟମ କଡାକଡି ହୋଇଛି । ଏହାସହ ମାସ୍କ ପିନ୍ଧି ପ୍ରବେଶ କରିବା ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି । ଶୁକ୍ରବାରରୁ ବ୍ରିଟେନ ସରକାରଙ୍କ କୋରୋନା ମୁକାବିଲା ପାଇଁ ଏହି ଦ୍ବିତୀୟ ପର୍ଯ୍ୟାୟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି । ମୁହଁରେ ମାସ୍କ ନଥିଲେ ସ୍କାର୍ଫ କିମ୍ବା ରୁମାଲ ବାନ୍ଧି ପାରିବେ । କୌଣସି ଉପାୟରେ ବି ହେଉ ପାଟି ଓ ନାକ ବନ୍ଦ ରହିବା ଆବଶ୍ୟକ ବୋଲି ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି । ପୂର୍ବରୁ ନୂଆ ନିୟମ ସମ୍ପର୍କରେ ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୂଚନା ଦେଇଥିଲେ ।

ସେହିପରି କୌଣସି କାଫେରୁ ଖାଦ୍ୟ ଅବା ଡ୍ରିଙ୍କସ କିଣୁଥିଲେ ମଧ୍ୟ ମୁହଁରେ ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଯଦି କୌଣସି ରେସ୍ତୋରାଁ ଅବା କାଫେ କିମ୍ବା ଦୋକାନରେ ଆପଣ ବସି ଖାଉଛନ୍ତି ତେବେ ସେତେବେଳେ ମୁହଁରୁ ମାସ୍କ ଖୋଲିପାରିବେ ବୋଲି ୟୁକେ ସ୍ବାସ୍ଥ୍ୟ ବିଭାଗ କହିଛି । ତେବେ 11 ବର୍ଷ ବୟସରୁ କମ ପିଲାଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ନୁହେଁ । ସେହିପରି ଦିବ୍ୟାଙ୍ଗ ଓ ଶାରୀରିକ ଭାବେ ଅସୁସ୍ଥ ଥିବା ଲୋକ ମଧ୍ୟ ଏହାକୁ ପିନ୍ଧିପାରିବେ ନାହିଁ । ବର୍ତ୍ତମାନ ସମସ୍ତ ପ୍ରକାର ରିଟେଲ ଷ୍ଟୋର ଖୋଲାଯାଇଥିବାବେଳେ ଲୋକଙ୍କର ପ୍ରବଳ ଭିଡ ଲାଗି ରହିଛି । ଏପରି ସମୟରେ ସଂକ୍ରମଣର ଭୟ ଅଧିକ ରହିଛି । ମାସ୍କ ଭଲ ଭାବେ ନପିନ୍ଧିଲେ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞଙ୍କ ସତର୍କତା ପରେ ଏପରି କଡା ପଦକ୍ଷେପ ନେଇଛନ୍ତି ସରକାର ।

ୟୁକେ ସ୍ବାସ୍ଥ୍ୟମନ୍ତ୍ରୀ ମାଟ୍ଟ ହ୍ୟାଙ୍କକକ୍ ଲୋକଙ୍କୁ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ଏପର୍ଯ୍ୟନ୍ତ ଦେଶର ପରିସ୍ଥିତି ସୁଧାରିବାରେ ସମସ୍ତେ ସହଯୋଗ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତ ବ୍ୟବସାୟୀ ସଙ୍ଗଠନ ଏବଂ ଦୋକାନୀଙ୍କୁ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଛନ୍ତି । କୌଣସି ନିୟମର ଉଲ୍ଲଙ୍ଘନ ହେଲେ ଜୋରିମାନା ସହ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ପୋଲିସ ପ୍ରଥମେ ବୁଝାଇବେ, ଉତ୍ସାହିତ କରିବେ ଏବଂ ଶେଷରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି । ଲୋକଙ୍କୁ ଫେସ ମାସ୍କ କାଢିବା ସମୟରେ ହାତ ଭଲ ଭାବେ ଧୋଇବା ସହ ମାସ୍କ ସଫା କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତରମାନେ । ତେବେ ସେଲୁନ, ଜିମ୍, ଥିଏଟର, ପବରେ ଫେସ ମାସ୍କ ବାଧ୍ୟତାମୂଳକ ହୋଇନଥିବାରୁ କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ABOUT THE AUTHOR

...view details