ମାଦ୍ରିଦ: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ପେନ ଏହାର ସମସ୍ତ ନାଗରିକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଯେପର୍ଯ୍ୟନ୍ତ ଯାଏଁ କୋରୋନା ସମ୍ପୂର୍ଣ୍ଣ ଶେଷ ନହୋଇଛି ସେପର୍ଯ୍ୟନ୍ତ ଏହି ଆଦେଶକୁ ପାଳନ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସାଲବାଦେର ଇଲା ।
ସ୍ପେନରେ କୋରୋନା ଶେଷ ନହେବା ପର୍ଯ୍ୟନ୍ତ ମାସ୍କ ବାଧ୍ୟତାମୂଳକ - mask compulsory in spain
ସ୍ପେନ ହେଉଛି ବିଶ୍ବର 5ଟି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି । ଯାହାକୁ ଦୃଷ୍ଟିରେ ରଖି ଦେଶରୁ କୋରୋନା ସଂକ୍ରମଣ କମ ନହେବା ପର୍ଯ୍ୟନ୍ତ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...
ସ୍ପେନର ସ୍ୱାସ୍ଥ୍ୟମନ୍ତ୍ରୀ ଦୃଢ ଭାବରେ କହିଛନ୍ତି ଯେ, ଜୁନ 21ରେ ସ୍ପେନରେ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପରେ ମଧ୍ୟ ମାସ୍କ ଲଗାଇ ଲୋକଙ୍କୁ ନିଜ ଘରୁ ବାହାରକୁ ଯିବାକୁ ପଡିବ। କୋରୋନା ସଂପୂର୍ଣ୍ଣ ରୂପେ ନଯିବା ପର୍ଯ୍ୟନ୍ତ କିମ୍ବା ଏହାର ଟୀକା ନଉପଲବ୍ଧ ହେବା ପର୍ଯ୍ୟନ୍ତ ମାସ୍କ ବ୍ୟବହାର କରାଯିବ । ଯେଉଁମାନେ ଏହି ନିୟମ ପାଳନ ନ କରିବେ ସେମାନଙ୍କୁ 100 ୟୁରୋ ଜୋରିମାନା ଦେବାକୁ ପଡିବ। ସ୍ପେନ ହେଉଛି ବିଶ୍ବର 5ଟି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି ।
ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ପେନରେ କୋରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିବାବେଳେ ତୃତୀୟ ସପ୍ତାହରେ ପ୍ରଥମ ମୃତ୍ୟୁ ରିପୋର୍ଟ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପେନରେ 2 ଲକ୍ଷ 41 ହଜାର 717 କୋରୋନା ମାମଲା ରିପୋର୍ଟ ହୋଇଛି ଏବଂ ମୋଟ 27 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।