ନୂଆଦିଲ୍ଲୀ: କୋରୋନା ବିରୁଦ୍ଧରେ ଅଣ-ୟୁରୋପିଆନ ଦେଶକୁ ସହଯୋଗର ହାତ ବଢାଇଲା ୟୁରୋପିଆନ ୟୁନିଅନ । ଅସ୍ଥାୟୀ ରୂପେ ମେଡିକାଲ ଉପକରଣ, ପ୍ରତିରକ୍ଷା ଉପକରଣ ଉପରେ ଛାଡ କଲା କଷ୍ଟମ ଡ୍ୟୁଟ ଓ ଭାଟ । ସଦସ୍ୟ ରାଷ୍ଟ୍ର ଓ ବ୍ରିଟେନର ଅନୁରୋଧ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ବିଶ୍ବ ଏବେ କୋରୋନା ତାଣ୍ଡବ ଦେଖୁଛୁ । 54 ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ 218,000 ଜଣ ସୁସ୍ଥ ହୋଇଥିବା ଜଣାପଡିବ । ସଙ୍କଟରେ ପଡିଥିବା ସ୍ଥାସ୍ଥ୍ୟ ସେବାକୁ ଉଦ୍ଧାର କରିବାକୁ ଯାଇ ଚିକିତ୍ସା ଉପକରଣରେ ଅର୍ଥ ହ୍ରାସ କରାଯାଇଛି ।
ଏହି ଚିକିତ୍ସା ଉପକରଣରେ ମାସ୍କ ଏବଂ ପ୍ରତିରକ୍ଷା ଉପକରଣ, ପରୀକ୍ଷା କିଟ୍, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ରହିଛି । ଯଦି ଦରକାର ପଡେ, ତେବେ ଏହା 31 ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି |