ଲଣ୍ଡନ: ଇଂଲଣ୍ଡର ଅର୍ଥନୀତି ହ୍ରାସ ପାଉଥିବାରୁ ଲକଡାଉନକୁ କୋହଳ କରିବାକୁ ଘୋଷଣା କରାଯାଇଛି । ଯେଉଁମାନେ ଘରେ ରହି କାମ କରିପାରିବେ ନାହିଁ ସେମାନଙ୍କୁ ଆଜି ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଉତ୍ସାହିତ କରାଯାଉଛି ।
ଅର୍ଥନୀତି ଦୁର୍ବଳ କରୁଛି କୋରୋନା, ଲକଡାଉନ କୋହଳ କଲା ଇଂଲଣ୍ଡ - ଅର୍ଥନୀତି ଦୁର୍ବଳ କରୁଛି କୋରୋନା
ଦିନକୁ ଦିନ ଦୁର୍ବଳ ହେଉଛି ଅର୍ଥନୀତି । ଆଉ ଏହାକୁ ସୁଧାରିବାକୁ ଲକଡାଉନ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ସରକାର ।
![ଅର୍ଥନୀତି ଦୁର୍ବଳ କରୁଛି କୋରୋନା, ଲକଡାଉନ କୋହଳ କଲା ଇଂଲଣ୍ଡ ଅର୍ଥନୀତି ଦୁର୍ବଳ କରୁଛି କୋରୋନା, ଲକଡାଉନ କୋହଳ କଲା ଇଂଲଣ୍ଡ](https://etvbharatimages.akamaized.net/etvbharat/prod-images/768-512-7178276-thumbnail-3x2-c.jpg)
ନୂଆ ଗାଇଡ ଲାଇନ ଅନୁସାରେ ବ୍ୟାୟାମ, ପାର୍କରେ ବନ୍ଧୁଙ୍କୁ ଭେଟିବା ଏବଂ ବାହାରେ ବୁଲିବା ଆଦିକୁ ଅନୁମତି ଦିଆଯାଇଛି । ସରକାରୀ ଆକଳନରୁ ଜଣାପଡିଛି ଯେ ବର୍ଷର ପ୍ରଥମ ତିନି ମାସରେ ବ୍ରିଟେନର ଅର୍ଥନୀତି 2% ହ୍ରାସ ପାଇଛି । ସେପଟେ ଆମେରିକାରେ ପ୍ରସିଦ୍ଧ ସଂକ୍ରାମକ ରୋଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ଲକଡାଉନ ଉଠାଯାଏ ତେବେ ଲୋକେ ଅନାବଶ୍ୟକ ଯନ୍ତ୍ରଣା ପାଇବା ସହ ମୃତ୍ୟୁ ମୁଖରେ ପଡିପାରନ୍ତି ।
ଏହାସହ ବ୍ରାଜିଲରେ ପ୍ରତିଦିନ ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି । ସେପଟେ ଅର୍ଥନୀତି ମଧ୍ୟ ଭୁଷୁଡିବାରେ ଲାଗିଛି । କିନ୍ତୁ ରାଷ୍ଟ୍ରପତି ବୋଲସାନାରୋ ଟୁଇଟ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ କର୍ମଚାରୀମାନେ ଫିଟ ଅଛନ୍ତି ଘରେ ରହି କାମ କରି ପାରିବେ ।