ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ (Russia Ukraine War) । ଆଜି(ଗୁରୁବାର) ସକାଳୁ ସକାଳୁ ୟୁକ୍ରେନ ଉପରେ ଋଷର ହମଲା ପରେ ପୃଥିବୀର କୋଣ ଅନୁକୋଣରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଏଥିରୁ ବାଦ୍ ପଡିନାହାନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ।
ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଘଟିଛି । ଫଳରେ ବିଶ୍ବର ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିବା ଟେସଲାର CEO ତଥା ଦକ୍ଷିଣ ଆଫ୍ରିକାର ଏଲୋନ ମସ୍କଙ୍କୁ ଲାଗିଛି ବଡ ଝଟକା । ଏଲୋନ୍ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୨୦୦ ବିଲିୟନ ଡଲାରକୁ ହ୍ରାସ ପାଇଛି ।