ଓଡିଶା

odisha

ନୂଆ କଟକଣା ସହିତ ପର୍ଯ୍ୟଟକଙ୍କୁ ଆଇଫିଲ ଟାୱାରର ସ୍ବାଗତ

By

Published : Jun 26, 2020, 6:38 AM IST

ଦୀର୍ଘ ତିନି ମାସ ପରେ ଖୋଲିଛି ଆଇଫିଲ ଟାୱାର । କୋରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଏହି ବିଶ୍ବ ପ୍ରସିଦ୍ଧ ଟାୱାର ଗୁରୁବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଅଧିକ ପଢନ୍ତୁ......

ନୂଆ କଟକଣା ସହିତ ପର୍ଯ୍ୟଟକଙ୍କୁ ଆଇଫିଲ ଟାୱାରର ସ୍ବାଗତ
ନୂଆ କଟକଣା ସହିତ ପର୍ଯ୍ୟଟକଙ୍କୁ ଆଇଫିଲ ଟାୱାରର ସ୍ବାଗତ

ପ୍ୟାରିସ: ଦୀର୍ଘ ତିନି ମାସ ପରେ ଖୋଲିଛି ଆଇଫିଲ ଟାୱାର । କୋରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଏହି ବିଶ୍ବ ପ୍ରସିଦ୍ଧ ଟାୱାର ଗୁରୁବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ନୂଆ କଟକଣା ସହ ଲୋକଙ୍କୁ ଏହା ସ୍ବାଗତ କରିଛି ।

କଡା ସୁରକ୍ଷା ଓ ସ୍ବଚ୍ଛତା ବ୍ୟବସ୍ଥା ମଧ୍ୟରେ ଲୋକଙ୍କୁ ପ୍ରବେଶ ଅନୁମତି ମିଳିଥିଲା । 1062 ଫୁଟର ଏହି ଟାୱାରର ଦ୍ବିତୀୟ ମହଲା ଯାଏଁ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ରହିଛି । ଏହା ଉପରକୁ ସୁରକ୍ଷାଜନିତ କାରଣରୁ ଯିବାକୁ ମନା ରହିଛି । 11 ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ସମର ସିଜିନ ଚାଲିଥିବାରୁ ଲୋକଙ୍କ ଭିଡ ଲାଗିଛି । ତେବେ ପୂର୍ବାପେକ୍ଷା ଏବେ କମ୍ ପର୍ଯ୍ୟଟକ ଆସିଛନ୍ତି । ସମର ଶେଷ ଆଡକୁ ଭିଡ ଲାଗିବ ବୋଲି ଆୟୋଜକ ଆଶା କରିଛନ୍ତି ।

ପ୍ରକାଶ ଥାଉ କି କୋରୋନା ଯୋଗୁଁ ୟୁରୋପରେ ସ୍ପେନ, ଇଟାଲୀ ସହିତ ଫ୍ରାନ୍ସରେ ସର୍ବାଧିକ କ୍ଷତି ଘଟିଛି । ଏଠାରେ ବିଶ୍ବର ପଞ୍ଚମ ସର୍ବାଧିକ କୋରୋନାଜନିତ ମୃତ୍ୟୁ ହୋଇଛି । ଦୀର୍ଘ ତିନି ମାସ ଧରି ଏଠାରେ ଲକଡାଉନ ଜାରି ହୋଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସର୍ବାଧିକ ସମୟ ପାଇଁ ଦେଶ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିଲା ।

ABOUT THE AUTHOR

...view details