ଓଡିଶା

odisha

ETV Bharat / international

ୟୁକେରେ ତରବରିଆ ନିୟମ କୋହଳ ପଡିପାରେ ମହଙ୍ଗା, ଚେତାଇଲେ ବୈଜ୍ଞାନିକ - ୟୁକେରେ କୋରୋନା

ୟୁକେରେ ଧିରେ ଧିରେ ଲକଡାଉନ ନିୟମ କୋହଳ ହେବାରେ ଲାଗିଥିବା ବେଳେ ଏହା ଖୁବ ତରବରିଆ ଭାବେ ହେଉଥିବା ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ସେମାନଙ୍କ କହିବା ଅନୁଯାୟୀ ଦେଶରେ ପର୍ଯ୍ୟାୟକ୍ରମେ କୋହଳ ହେଉଥିବା ଲକଡାଉନ କଟକଣା ଏକ ତରବରିଆ ନିଷ୍ପତ୍ତି ।

lockdown restrictions to ease in uk, easing restriction may risk common people, corona in uk, corona update in uk, ୟୁକେରେ କୋହଳ ହେବ ଲକଡାଉନ ନିୟମ, ସାଧାରଣ ଲୋକଙ୍କୁ ବିପଦ ନିୟମ କୋହଳ, ୟୁକେରେ କୋରୋନା, ୟୁକେରେ କୋରୋନା ଅପଡେଟ
ୟୁକେରେ ତରବରିଆ ନିୟମ କୋହଳ ପଡିପାରେ ମହଙ୍ଗା, ଚେତାଇଲେ ବୈଜ୍ଞାନିକ

By

Published : May 31, 2020, 6:43 AM IST

ଲଣ୍ଡନ: ୟୁକେରେ ଧିରେ ଧିରେ ଲକଡାଉନ ନିୟମ କୋହଳ ହେବାରେ ଲାଗିଥିବା ବେଳେ ଏହା ଖୁବ ତରବରିଆ ଭାବେ ହେଉଥିବା ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ସେମାନଙ୍କ କହିବା ଅନୁଯାୟୀ ଦେଶରେ ପର୍ଯ୍ୟାୟ କ୍ରମେ କୋହଳ ହେଉଥିବା ଲକଡାଉନ କଟକଣା ଏକ ତରବରିଆ ନିଷ୍ପତ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ପରିସ୍ଥିତିରେ ସୁଧାର ଆସିନାହିଁ । ଏମିତିରେ କଟକଣାରେ କୋହଳ ଅଧିକ ସଂକ୍ରମଣ ପାଇଁ ଦାୟୀ ହୋଇପାରେ ।

ଚଳିତ ସପ୍ତାହ ଦେଶରେ କଟକଣାର ଶେଷ ସପ୍ତାହ ହୋଇଥିବା ବେଳେ ଆସନ୍ତା ସୋମବାରଠାରୁ ଲାଗୁ ହେବ ନୂଆ ନିୟମ । ଏହି ନୂଆ ନିୟମ ଆଧାରରେ ସୋମବାରଠାରୁ ଦୁଇ ଜଣରୁ ଅଧିକ ଲୋକେ ବାହାରେ ଦେଖା କରିପାରିବେ । ଏତଦ୍‌ ବ୍ୟତୀତ ବିଭିନ୍ନ ସ୍କୁଲ ଓ କଲେଜ ମଧ୍ୟ ଖୋଲିବାର ନିଷ୍ପତ୍ତି ନିଆଯାଇଛି । ଲୋକେ ଏହାର ସୁଯୋଗ ନେଇ ଘରେ ଘରେ ଏକାଠି ହେବାର ଚେଷ୍ଟା କରିବେ ନିଶ୍ଚୟ । ହେଲେ ଲୋକେ ଏହା ଜାଣିବା ଦରକାର କି କେବଳ ପବନରେ ଭୂତାଣୁ ରହିବ ତାହା ନୁହେଁ, ଖାଦ୍ୟ ସାମଗ୍ରୀ ଓ ଅନ୍ୟ ନିର୍ଜୀବ ଆସବାବପତ୍ରରେ ମଧ୍ୟ ଭୂତାଣୁ ରହିପାରନ୍ତି । ଏନେଇ ଚେତାଇଛନ୍ତି ସାଇଣ୍ଟିଫିକ ଆଡଭାଇଜରି ଗ୍ରୁପ ଫର ଏମର୍ଜେନ୍ସିସ (ସେଜ୍‌)ର ସଦସ୍ୟ ତଥା ୱେଲକମର ନିର୍ଦ୍ଦେଶକ ଜେରେମି ଫରାର ।

ସେହପରି ଲଣ୍ଡନ ସ୍କୁଲ ଓ ଟ୍ରୋପିକାଲ ହାଇଜିନ ଓ ମେଡିସିନର ପ୍ରଫେସର ଜନ ଏଡମଣ୍ଡଙ୍କ କହିବା ଅନୁଯାୟୀ ଏହି ରାଜନୈତିକ ନିଷ୍ପତ୍ତି ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଆପତ୍ତି ଦର୍ଶାଇଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 2,72,607ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 38,243ରେ ପହଞ୍ଚିଛି ।

@IANS

ABOUT THE AUTHOR

...view details