କିଭ: ଥମିବାର ନାଁ ନେଉନି ଋଷିଆ-ୟୁକ୍ରେନ ମହାସମର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୫ ଦିନରେ ପହଞ୍ଚିଛି । ତଥାପି ବାହାରି ପାରୁନି ସମାଧାନର ବାଟ । ଏହାରି ଭିତରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଛି । ମିକୋଲେବରେ ଥିବା ଏକ ମିଲିଟାରୀ ବେସ୍ ଉପରେ ରୁଷ ସେନା ପକ୍ଷରୁ ମିସାଇଲ ମାଡ଼ କରାଯାଇଛି । ଏଥିରେ ୫୦ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ୟୁକ୍ରେନ ମିଲିଟାରୀ ବେସ ଉପରେ ମିସାଇଲ ମାଡ, ୫୦ରୁ ଅଧିକ ମୃତ - ୟୁକ୍ରେନର ମିଲିଟାରୀ ବେସ ଉପରେ ମିସାଇଲ ମାଡ
ମିକୋଲେବରେ ଥିବା ଏକ ମିଲିଟାରୀ ବେସ୍ ଉପରେ ରୁଷ ସେନା ପକ୍ଷରୁ ମିସାଇଲ ମାଡ଼ କରାଯାଇଛି । ଏଥିରେ ୫୦ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ
ଏହି ମିସାଇଲ ମାଡ ସମୟରେ ଏହି ଏୟାରବେସରେ ୨୦୦ ଜଣ ସୈନିକ ଶୋଇଥିଲେ । ଏ ନେଇ ୟକ୍ରେନରେ କାର୍ଯ୍ୟରତ ଥିବା ୨୨ ବର୍ଷୀୟ ଯବାନ ସୂଚନା ଦେଇଛନ୍ତି । ଯବାନଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତଦେହ ମିଳିଛି । ତେବେ ମିଲିଟାରୀ ବେସ୍ ତଳେ ଆହୁରି କେତେ ଜଣ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଜଣେ ଅନ୍ୟ ଜଣେ ଯବାନଙ୍କ ମତରେ ରୁଷର ବୋମା ବର୍ଷଣ ଯୋଗୁଁ ପ୍ରାୟ ୧୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଶୁକ୍ରବାର ସକାଳେ ୟୁ୍କ୍ରେନର ଉତ୍ତର ଦିଗରେ ଥିବା ମିଲିଟାରୀ ବେସ୍ ଉପରେ ମିସାଇଲ ମାଡ଼ କରାଯାଇଛି । ଏ ନେଇ ୟୁକ୍ରେନ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।