ବର୍ଲିନ: ପଶ୍ଚିମାଞ୍ଚଳ ଜର୍ମାନୀ ଓ ବେଲଜିୟମରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏଯାବତ୍ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବନ୍ୟା ଯୋଗୁଁ ଅନେକ ଘର ଭୁଶୁଡି ପଡିବା ସହିତ ରାସ୍ତାଘାଟ ଓ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।
ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦୦ ଜଣ ନିଖୋଜ ରହିଛନ୍ତି । ତେବେ ରାସ୍ତା ନଦୀରେ ଆସିଥିବା ଏହି ବନ୍ୟାରେ ବୁଡିଯିବା କାରଣରୁ ଯୋଗାଯୋଗ ମଧ୍ୟ ବିଦ୍ୟୁତ ହୋଇଛି । ଫଳରେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ଏହି ବନ୍ୟାରେ ଏର୍ଫଷ୍ଟାଡ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ସ୍ଥାନକୁ ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲଟର ବୁଲି ଦେଖିବା ସମ୍ପର୍କରେ ସୂଚନା ମିଳିଛି ।