ପ୍ରାଗ: ବିଶ୍ବର ପ୍ରାୟ ଅନେକ ଦେଶରେ ମହାମାରୀ କୋରୋନା ଭାଇରସ ନିଜର କାୟା ବିସ୍ତାର କରିଛି । ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି । ତେବେ ଏହାର ସଂକ୍ରମଣ ରୋକିବା ପାଇଁ ଅନେକ ଦେଶ ଲକଡାଉନ ଘୋଷଣା କରିଛନ୍ତି । ଚେକ ଗଣରାଜ୍ୟ ନାମକ ଏକ ଦେଶରେ ମଧ୍ୟ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା କରାଯାଇଥିଲା । ତେବେ ଏହି ଲକଡାଉନ ହଟିବା ପରେ ସେଠାକାର ଲୋକ ଖୁସୀରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ଶହ ଶହ ଲୋକ ପ୍ରାଗ ସଡକରେ ଏକତ୍ରିତ ହୋଇ ଡିନର ପାର୍ଟିର ଆୟୋଜନ କରିଛନ୍ତି ।
ଲକଡାଉନ ହଟିବା ପରେ ଉତ୍ସବ ମନାଇଲେ ଏହି ଦେଶର ଲୋକ - ଲକଡାଉନ ହଟିବା ପରେ ଉତ୍ସବ
ଚେକ ଗଣରାଜ୍ୟ ନାମକ ଏକ ଦେଶରେ ମଧ୍ୟ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ଲକଡାଉନ ହଟିବା ପରେ ସେଠାକାର ଲୋକ ଖୁସିରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି ।
![ଲକଡାଉନ ହଟିବା ପରେ ଉତ୍ସବ ମନାଇଲେ ଏହି ଦେଶର ଲୋକ ଚେକ ଗଣରାଜ୍ୟ](https://etvbharatimages.akamaized.net/etvbharat/prod-images/768-512-01:20:45:1593762645-praguejpg-0307newsroom-1593762425-744.jpg)
ଚେକ ଗଣରାଜ୍ୟ
ଲକଡାଉନ ହଟିବା ପରେ ଚେକ ଗଣରାଜ୍ୟର ସବୁଠୁ ବଡ ସହର ପ୍ରାଗର ଲୋକମାନେ ଉତ୍ସବ ମନାଇବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସେମାନେ ସହରର ଐତିହାସିକ ଚାର୍ଲସ ବ୍ରିଜରେ ଲମ୍ବା ଡିନର ଟେବୁଲ ଲଗାଇଥିଲେ । ଏହାର ଲମ୍ବ 500 ମିଟର ବୋଲି ଜଣାପଡିଛି । ତେବେ ସହରର ଲୋକ ନିଜ ନିଜ ଘରୁ ଖାଇବା ନେଇ ସେଠାରେ ଏକତ୍ରିତ ହୋଇ ଖାଇଥିଲେ ।
ସୂଚନାଯୋଗ୍ୟ ଯେ, ଚେକ ଗଣରାଜ୍ୟରେ କୋରୋନା ଭାଇରସ ଆରମ୍ଭ ହେବା ମାତ୍ରେ ଏନେଇ ପଦକ୍ଷେପ ନିଆଯାଇଥିଲା । ଏଥିଯୋଗୁଁ ଦେଶେ 12,000 କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । କୋରୋନାରେ 350 ଲୋକଙ୍କର ପ୍ରାଣହାନୀ ଘଟିଥିଲା । ଏହି ଦେଶର ଜନସଂଖ୍ୟା 1.07 କୋଟି ରହିଛି ।