ଓଡିଶା

odisha

ETV Bharat / international

କୋରୋନା ସଂକ୍ରମଣ ରୋକିବ ‘କୋଭିଡ ଟ୍ରାକର ଆୟରଲାଣ୍ଡ’ ଆପ୍‌ - ଆୟରଲାଣ୍ଡରେ କଣ୍ଟାକ୍ଟ ଟ୍ରେସିଂ ଆପ୍‌

କୋଭିଡ-19 କଣ୍ଟାକ୍ଟ ଟ୍ରେସିଂ ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆୟରଲାଣ୍ଡ ଲଞ୍ଚ କରିଛି ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍‌ । ଦେଶବାସୀ ଏହି ‘କୋଭିଡ ଟ୍ରାକର ଆୟରଲାଣ୍ଡ’ ଆପ୍‌କୁ ସିଧାସଳଖ ଆପ୍‌ ଷ୍ଟୋର ସହ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।

COVID Tracker Ireland, corona effect in ireland, contact tracing in ireland, latest technology news, କୋଭିଡ ଟ୍ରାକର ଆୟରଲାଣ୍ଡ, ଆୟରଲାଣ୍ଡରେ କୋରୋନା ପ୍ରଭାବ, ଆୟରଲାଣ୍ଡରେ କଣ୍ଟାକ୍ଟ ଟ୍ରେସିଂ ଆପ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
କୋରୋନା ସଂକ୍ରମଣ ରୋକିବ ‘କୋଭିଡ ଟ୍ରାକର ଆୟରଲାଣ୍ଡ’ ଆପ୍‌

By

Published : Jul 8, 2020, 6:13 AM IST

ଡବଲିନ: କୋଭିଡ-19 କଣ୍ଟାକ୍ଟ ଟ୍ରେସିଂ ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆୟରଲାଣ୍ଡ ଲଞ୍ଚ କରିଛି ଏକ କଣ୍ଟାକ୍ଟ ଟ୍ରେସିଂ ଆପ୍‌ । ଆପଲ୍‌ ଓ ଗୁଗୁଲର ମିଳିତ ଉଦ୍ୟମରେ ଏହାକୁ ବିକଶିତ କରାଯାଇଥିବା ବେଳେ ଏହା କୋରୋନା ସଂକ୍ରମିତଙ୍କ ପ୍ରତିଟି ଗତିବିଧକୁ ଟ୍ରାକ କରିବାରେ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ ଏହା ସତର୍କତାମୂଳକ ନୋଟିଫିକେଶନ ଯୋଗାଇ ଲୋକଙ୍କୁ ସଂକ୍ରମଣରୁ ରକ୍ଷା ମଧ୍ୟ କରିପାରେ । ଦେଶବାସୀ ଏହି ‘କୋଭିଡ ଟ୍ରାକର ଆୟରଲାଣ୍ଡ’ ଆପ୍‌କୁ ସିଧାସଳଖ ଆପ୍‌ ଷ୍ଟୋର ସହ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।

ଏହି ଆପ୍‌ ଦ୍ବାରା ୟୁଜର୍ସ ଯଦି ନିକଟରେ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାଆନ୍ତି ତେବେ ନୋଟିଫିକେଶନ ଦ୍ବାରା ଅବଗତ ହୋଇପାରିବେ । ଏଥିସହ ଯଦି ଅନ୍ୟ କୌଣସି ୟୁଜର ପଜିଟିଭ ଚିହ୍ନଟ ହୁଅନ୍ତି ତାହା ମଧ୍ୟ ଏହି ଆପ୍‌ରେ ଜଣା ଯାଇପାରିବ । ସେପଟେ କୌଣସି ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟାରେ ଏହି ଆପ୍‌ ଜରିଆରେ ୟୁଜର୍ସ ସହଜରେ ସାମିଲ ହୋଇପାରିବେ । ତେବେ ଏହି ଆପ୍‌ ଦ୍ବାରା ନିଜ ବ୍ୟକ୍ତିଗତ ତଥ୍ୟକୁ ୟୁଜର୍ସ ସମ୍ପୂର୍ଣ୍ଣ ସ୍ବାଧୀନତାର ସହ ନିୟନ୍ତ୍ରଣ କରିପାରିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଷ୍ଟିଫେନ ଡୋନେଲି ।

ଏହି ଆପ୍‌ରେ କୌଣସି ସଂକ୍ରମିତ ୟୁଜର୍ସଙ୍କ ଅନୁମତିରେ ହିଁ ତାଙ୍କ ତଥ୍ୟ ଆଖପାଖର ଲୋକଙ୍କ ସହ ଶେୟାର କରାଯାଇପାରିବ । ଏହା ଏକ ଶକ୍ତିଶାଳୀ ଟୁଲ ଆକାରରେ ଦେସବାସୀଙ୍କ ତଥ୍ୟ ପାଇବାରେ ସାହାଯ୍ୟ କରିବ ବୋଲି ମଧ୍ୟ ଡୋନେଲି ସ୍ପଷ୍ଟ କରିଛନ୍ତି । ତେବେ କେବଳ ଆୟରଲାଣ୍ଡ ନୁହେଁ ବରଂ ଅନ୍ୟ ରାଷ୍ଟ୍ର ଯଥା ସ୍ବିଜରଲ୍ୟାଣ୍ଡ, ଲାଟଭିଆ, ଇଟାଲୀ, ଜର୍ମାନୀ, ପୋଲାଣ୍ଡ ଓ ସାଉଦି ଆରବରେ ଗୁଗୁଲ ଓ ଆପଲର ମିଳିତ ଉଦ୍ୟମରେ ଏହିପରି ଆପ୍‌ କାର୍ୟକାରୀ ହେଉଛି । ସେପଟେ ୟୁକେ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିଜସ୍ବ ଆପ୍‌ର ବ୍ୟବହାର କରୁଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details