ଓଡିଶା

odisha

ETV Bharat / international

କୋଭିଡ-19: ସ୍ପେନରେ ମୃତ୍ୟୁସଂଖ୍ୟା 20 ହଜାର ଅତିକ୍ରମ - ସ୍ପେନରେ କୋରୋନା

ଇଟାଲୀ ପରେ 20 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ସ୍ପେନ୍ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବାବେଳେ ଫ୍ରାନ୍ସ ଏବଂ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ 19 ଏବଂ 15 ହଜାର ଅତିକ୍ରମ କରିଛି। ଅଧିକ ପଢନ୍ତୁ...

Spain
Spain

By

Published : Apr 19, 2020, 5:26 PM IST

ମାଦ୍ରିଦ: ୟୁରୋପରେ କୋଭିଡ -19 ସଂକ୍ରମଣର ହାର ଥମିବାର ନା ନେଉନାହିଁ । ଇଟାଲୀ ପରେ 20 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ସ୍ପେନ୍ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବାବେଳେ ଫ୍ରାନ୍ସ ଏବଂ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ 19 ଏବଂ 15 ହଜାର ଅତିକ୍ରମ କରିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ସଦ୍ୟତମ ତଥ୍ୟ ଅନୁସାରେ ୟୁରୋପରେ ଏପର୍ଯ୍ୟନ୍ତ 97,200 ମୃତ୍ୟୁ ଘଟିଛି । ଏଥିସହିତ କୋଭିଡ -19 ସଂକ୍ରମଣର 10.8 ଲକ୍ଷ ମାମଲା ରହିଛି । ଶନିବାର ସ୍ପେନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ -19 ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା 20 ହଜାର ଅତିକ୍ରମ କରିଛି । ଦେଶରେ ମହାମାରୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ ଲକ୍ଷ 91 ହଜାର 726 କୁ ବୃଦ୍ଧି ପାଇଛି ଏବଂ ମୋଟ 4,499 ନୂତନ କୋଭିଡ -19 ସଂକ୍ରମଣ ଶନିବାର ଠାରୁ ଏପର୍ଯ୍ୟନ୍ତ ରିପୋର୍ଟ ରହିଛି ।

ଶନିବାର ସ୍ପେନର ପ୍ରଧାନମନ୍ତ୍ରୀ ପ୍ରୋଡେ ସାଞ୍ଚେଜ ଏକ ଟେଲିଭିଜନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି , ସ୍ପେନ ସଂସଦକୁ 15 ଦିନରୁ 9 ମେ ପର୍ଯ୍ୟନ୍ତ ଷ୍ଟେଟ ଆଲାର୍ମକୁ ବୃଦ୍ଧି କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ -19 ସଂକ୍ରମଣ ହେତୁ 23,227 ମୃତ୍ୟୁ ସହିତ ଇଟାଲୀ ୟୁରୋପର ସର୍ବାଧିକ ପ୍ରଭାବିତ ଦେଶ ତାଲିକାର ଶୀର୍ଷରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଏଠାରେ 482 ମୃତ୍ୟୁ ଘଟିଛି ।

@IANSଇନପୁଟ

ABOUT THE AUTHOR

...view details