ମସ୍କୋ: ଏଣିକି ଯେଉଁମାନେ ଋଷ ରାଷ୍ଟ୍ରପତି ବ୍ଲାଦୀମିର ପୁତିନଙ୍କ ଭେଟିବେ ସେମାନଙ୍କୁ ବର୍ତ୍ତମାନ ଏକ ଡିଭାଇସ ଦେଇ ଯିବାକୁ ପଡିବ। ଏହି ଡିଭାଇସର ନାମ ଡିସଇନଫେକ୍ସନ ଟନେଲ ରଖାଯାଇଛି । ତେବେ ଏହି ଖାସ୍ ପଦକ୍ଷେପ କୋରୋନା ଭାଇରସର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି।
ଋଷ ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ହେଲା ଡିସଇନଫେକ୍ସନ ଟନେଲ
ଏଣିକି ଯେଉଁମାନେ ଋଷ ରାଷ୍ଟ୍ରପତି ଭ୍ଲାଦିମ ପୁତିନଙ୍କ ଭେଟିବେ ସେମାନଙ୍କୁ ବର୍ତ୍ତମାନ ଏକ ଡିଭାଇସ ଦେଇ ଯିବାକୁ ପଡିବ। ଏହି ଡିଭାଇସର ନାମ ଡିସଇନଫେକ୍ସନ ଟନେଲ ରଖାଯାଇଛି । ତେବେ ଏହି ଖାସ୍ ପଦକ୍ଷେପ କୋରୋନା ଭାଇରସର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି।
କ୍ରେମଲିନ୍ ମୁଖପାତ୍ର କହିଛନ୍ତି, ଡିସଇନଫେକ୍ସନ ଟନେଲକୁ ଋଷର କମ୍ପାନୀ ପ୍ରସ୍ତୁତ କରିଛନ୍ତି । ଏହି ଟନେଲ ଅଟୋମେଟିକ କାମ କରିଥାଏ । ଟନେଲକୁ ଯିବାବେଳେ ଏକ ଅଲଟ୍ରା ଭାଓଲେଟ୍ ରଶ୍ମି ନିର୍ଗତ ହୁଏ । ଟନେଲରେ ପ୍ରଥମେ ପରିଦର୍ଶକ ମାନଙ୍କ ଉପରେ କିଟାଣୁନାଶକ ସ୍ପେ କରାଯିବ । ଡିଭାଇସରେ ଅନ୍ୟ ଟେକ୍ନିକ ସହିତ ଚେହେରା ଚିହ୍ନିବା ଟେକନିକ ମଧ୍ୟ ବ୍ୟବହାର କରାଯାଇଛି । ତେବେ ବର୍ତ୍ତମାନ ଏହା ସ୍ପଷ୍ଠ ହୋଇନି ଯେ ଋଷ ରାଷ୍ଟ୍ରପତି ଏହାକୁ ବ୍ୟବହାର କରିଛନ୍ତି କି ନାହିଁ ।
ରାଷ୍ଟ୍ରପତି ପୁତିନ ମସ୍କୋ ବାହାରେ ନିଜ ସ୍ଥାନରେ ସେଲ୍ଫ ଆଇସୋଲେସନରେ ଅଛନ୍ତି । ମାତ୍ର ଗତ ଜୁନ୍ 12ରେ ଋଷର ସରକାରୀ ଦିବସରେ ସେ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ତେବେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ରାଷ୍ଟ୍ରପତିଙ୍କ ନିକଟତର ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଜନ ହପକିନ୍ସ ରିପୋର୍ଟ ଅନୁଯାୟୀ, କୋରୋନା ଦୃଷ୍ଟିରୁ ଋଷ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ସେହିପରି ଆମେରିକା ପ୍ରଥମ ଏବଂ ବ୍ରାଜିଲ ଦ୍ବିତୀୟରେ ରହିଛି ।