ଓଡିଶା

odisha

ETV Bharat / international

କୋରୋନା ଭାଇରସ: କାହିଁକି ଆରୋଗ୍ୟ ବ୍ୟକ୍ତିର ପୁନର୍ବାର ସଂକ୍ରମଣ ଭୟ କମ ଥାଏ ? - less chance for infection again

ଅନେକ ଦେଶରେ ଦେଖାଦେଇଛି ଯେ, କୋରୋନା ସଂକ୍ରମଣରୁ ସୁସ୍ଥ ବ୍ୟକ୍ତି ପୁନର୍ବାର ସଂକ୍ରମିତ ହେବାର ନଜିର ଦେଖିବାକୁ ମିଳୁନାହିଁ । ଏହା ସବୁଠାରୁ ବଡ ଆଶ୍ବସ୍ତିକର ଖବର । ତେବେ ଆସନ୍ତୁ ଜାଣିବା କାହିଁକି କୋରୋନା ପଜେଟିଭ ବ୍ୟକ୍ତି ସୁସ୍ଥ ହେଲା ପରେ କୋରୋନା ସଂକ୍ରମିତ ହେବାର ଭୟ ନଥାଏ ? ଅଧିକ ପଢନ୍ତୁ...

infection
infection

By

Published : May 7, 2020, 6:10 PM IST

ମାଦ୍ରିଦ : କୋରୋନାର ଭୟାଭୟତା ସାରା ବିଶ୍ବକୁ ବର୍ତ୍ତମାନ ସ୍ଥିତିରେ ଥରହର କରି ରଖିଛି । ଏପର୍ଯନ୍ତ ଅହରହ ପ୍ରୟାସ ପରେ ମଧ୍ୟ କୋରୋନା ଟୀକା ବାହାର କରିବାରେ ଅସଫଳ ରହିଛନ୍ତି ଡାକ୍ତର, ରିସର୍ଚ୍ଚର, ବୈଜ୍ଞାନିକ । ମାତ୍ର କୋରୋନା କାଳରେ ବିପଦର ଘାଇରେ କିଛି ଭଲ ଖବର ମଧ୍ୟ ରହିଛି, ଭ୍ୟାକ୍ସିନ ହୀନ ଏହି ମରଣାନ୍ତାକ ମହାମାରୀରୁ ଲୋକେ ଆରୋଗ୍ୟ ଲାଭ କରୁଛନ୍ତି । ଏହାସହ ଅନେକ ଦେଶରେ ଦେଖାଦେଇଛି ଯେ, କୋରୋନା ସଂକ୍ରମଣରୁ ସୁସ୍ଥ ବ୍ୟକ୍ତି ପୁନର୍ବାର ସଂକ୍ରମିତ ହେବାର ନଜିର ଦେଖିବାକୁ ମିଳୁନାହିଁ । ଏହା ସବୁଠାରୁ ବଡ ଆଶ୍ବସ୍ତିକକର ଖବର । ତେବେ ଆସନ୍ତୁ ଜାଣିବା କାହିଁକି କୋରୋନା ପଜେଟିଭ ବ୍ୟକ୍ତି ସୁସ୍ଥ ହେଲା ପରେ କୋରୋନା ସଂକ୍ରମିତ ହେବାର ଭୟ ନଥାଏ ?

ଚିକିତ୍ସଙ୍କ ଅନୁସାରେ ବିଶ୍ବାସ କରାଯାଏ ଯେ ଥରେ କୋରୋନା କିମ୍ବା ଏହିପରି ସଂକ୍ରମଣ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ ଏବଂ ସମାନ ଜୀବାଣୁ ଦ୍ବିତୀୟ ଥର ସଂକ୍ରମିତ କରିପାରେ ନାହିଁ ।ଏପରିସ୍ଥଳେ ଏକ ପ୍ରଶ୍ନ ଉଠେ ଯେ, କୋରୋନା ଭାଇରସ୍ ରୁ ଆରୋଗ୍ୟ ପାଇଥିବା ଅନେକ ରୋଗୀଙ୍କ ତାଜା ପରୀକ୍ଷଣ ପଜିଟିଭ୍ ଆସିଛି । ତେବେ ଏହି ଭାଇରସ ଅନ୍ୟମାନଙ୍କଠାରୁ ଭିନ୍ନ କି?

ଲୁଇ ଏଖୁଆନ୍ସେ ସ୍ପାନିଶ ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି (CSIC) ରେ ଏହି ଭାଇରସ ଉପରେ ଅନୁସନ୍ଧାନ କରିଥିଲେ ଯେ, ଅନ୍ତତଃ ପକ୍ଷେ 14 ପ୍ରତିଶତ ମାମଲା ଅଛି ଯେଉଁଥିରେ କୋରୋନା ଭାଇରସ ପରୀକ୍ଷା ପୁନର୍ବାର ପଜେଟିଭ ହୋଇଥିବାର ଦେଖାଯାଇଛି ଯେଉଁମାନଙ୍କ ପୂର୍ବରୁ ଏହି ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି ।

ସେମାନେ କହିଛନ୍ତି ଯେ ସଂକ୍ରମିତଙ୍କ ମଧ୍ୟରେ ପୁନର୍ବାର କୌଣସି ଭୁତାଣୁ ସଂକ୍ରମଣ କରେ ନାହିଁ କିନ୍ତୁ ସମାନ ଭୂତାଣୁ ପୁନର୍ବାର ସେହି ଶରୀରରେ ବୃଦ୍ଧି ପାଏ । ଏହାକୁ ଡାକ୍ତରୀ ବିଜ୍ଞାନରେ “ବାଉନ୍ସ ବ୍ୟାକ୍” କୁହାଯାଏ |ଏଖୁଆନ୍ସେ କହିଛନ୍ତି ଯେ, ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଚିରଦିନ ପାଇଁ କୋରୋନା ସହିତ ଲଢିପାରିବ ନାହିଁ । ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯିବା ପରେ ଶରୀରରେ ଏହି ଜୀବାଣୁ ଉପସ୍ଥିତ ଥିଲେ। ଶରୀର ଉପରେ ଆକ୍ରମଣ କରେ।

କୋରୋନାଭାଇରସ୍ ଦ୍ବାରା ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିବା 14 ପ୍ରତିଶତ ଲୋକ ପୁନର୍ବାର ଏହା ଦ୍ବାରା ସଂକ୍ରମଣ ଦେଖିପାରନ୍ତି । କେତେକ ଭୁତାଣୁ ମାନବ ଶରୀର ଭିତରେ ତିନିମାସ କିମ୍ବା ଅଧିକ ସମୟ ରହିପାରନ୍ତି | ଯଦି ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ଏବଂ ଏହାପରେ ତାଙ୍କ ରିପୋର୍ଟ ନେଗେଟିଭ ରହେ ତେବେ ଏହା ଜଣାଯାଏ ଯେ, ସେହି ବ୍ୟକ୍ତିଙ୍କ ଶରୀର ଭାଇରସ ସହିତ ଲଢିବା ଶିଖିଛି । ଏବଂ ସେହି କାରଣରୁ ଏହି ଭାଇରସ ପୁନର୍ବାର ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରିପାରବ ନାହିଁ । ଅନେକ ଥର ଶରୀରର ଏପରି ଟିସୁରେ କେତେକ ଜୀବାଣୁ ଲୁଚି ରହିଥାନ୍ତି ଯେଉଁଠାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ ।

କୋରୋନା ବିଷୟରେ ବୌଜ୍ଞାନିକମାନଙ୍କ ଚିନ୍ତା ବଢାଇଥିବା ଗୋଟିଏ ଦିଗ ହେଉଛି ଯେତେବେଳେ ଜଣେ ବ୍ୟକ୍ତି ଆରୋଗ୍ୟ ହେବା ପରେ ପୁନର୍ବାର ସଂକ୍ରମିତ ହୋଇଥାଏ । ଏହା ଭିତରେ ସମୟ ବହୁତ କମ ଥାଏ ଯାହା ଅତ୍ୟନ୍ତ ଚିନ୍ତାଜନକ ହୋଇଥାଏ ବୋଲି ସେ କହିଛନ୍ତି ।

କୋଭିଡ-19 ଏକ ନୂତନ ଭୁତାଣୁ ଏବଂ ବୌଜ୍ଞାନିକମାନେ ବର୍ତ୍ତମାନ ଏହାର ଆଚରଣ ବୁଝିବାକୁ ଚେଷ୍ଟା କରୁଛନ୍ତି | କୋରୋନା ଭାଇରସ୍ କିପରି ନାଶ ହେବା ଏଥିପାଇଁ ଏହାର ସମସ୍ତ ଲକ୍ଷଣ ଓ ଆଚରଣକୁ ଭଲ ଭାବେ ଅଧ୍ୟୟନ କରିବାକୁ ପଡିବ ।

ABOUT THE AUTHOR

...view details