ବ୍ରୁସେଲ୍ସ: କୋଭିଡରୁ ସୁସ୍ଥ ହେବା ଲୋକେ ପୁଣି ଥରେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ଦେଖିବାକୁ ମିଳିଛି ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ । ତେବେ ପୂର୍ବରୁ ଦେଖାଦେଇଥିଲା ହଂକଂରେ ଜଣେ ବ୍ୟକ୍ତି ସୁସ୍ଥ ହେବା ପରେ ଦ୍ୱିତୀୟ ଥର କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ତେବେ ଡଚ୍ ମିଡିଆରେ ପ୍ରକାଶ ପାଇଛି ଯେ, ନେଦରଲ୍ୟାଣ୍ଡରେ ଦ୍ୱିତୀୟ ଥର ସଂକ୍ରମିତ ହୋଇଥିବା ବୃଦ୍ଧ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲା । ଏନେଇ ଜଣେ ଭୂତାଣୁ ବୈଜ୍ଞାନିକ ମାରିଆନ୍ କୁପନାମ୍ସ୍ କହିଛନ୍ତି ଛୋଟ ଲକ୍ଷଣ ସହିତ ଲୋକମାନେ ଦୀର୍ଘ ସମୟ ଧରି ସଂକ୍ରମିତ ହେବା ସ୍ୱାଭାବିକ । କେତେକ କ୍ଷେତ୍ରରେ ସଂକ୍ରମଣ ବଢିବାର ଦେଖିବାକୁ ମିଳିଥାଏ ବୋଲି ସେ କହିଛନ୍ତି । ସଂକ୍ରମଣର ଉଭୟ କ୍ଷେତ୍ରରେ ଜେନେଟିକ ପରୀକ୍ଷା ଆବଶ୍ୟକ ବୋଲି ସେ କହିଥିଲେ । ଯାହା ସାମ୍ପ୍ରତିକ ଭୂତାଣୁରେ କୌଣସି ପାର୍ଥକ୍ୟ ଥିଲେ ଚିହ୍ନଟ ହୋଇପାରିବ ।