ପ୍ୟାରିସ: ମୃତ୍ୟୁ ଯନ୍ତାରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦ୍ରୁତ ବେଗରେ ଆଗେଇ ଚାଲିଛି ଫ୍ରାନ୍ସ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଜଣା ଯାଉଥିବା ଫ୍ରାନ୍ସରେ କୋରୋନା ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ହାର ମାନିନାହାନ୍ତି ଦେଶବାସୀ । ଏକତା ବଳରେ ମାଡି ଚାଲିଛନ୍ତି କୋରୋନାକୁ ପରାସ୍ତ କରିବା ଲକ୍ଷ୍ୟ ନେଇ । ଯାହାକୁ ପ୍ରତିନିଧିତ୍ବ କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।
ଦେଶରେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଓ ଶଯ୍ୟାର ଅଭାବ ଦେଖାଦେଇଥିବା ବେଳେ ପ୍ରତିକାର ସ୍ବରୂପ ଦେଶକୁ ମୋବିଲାଇଜ କରିଛନ୍ତି ରାଷ୍ଟ୍ରପତି । ମୋବାଇଲ କେୟାର ୟୁନିଟ ପାଇଁ ଦେଶର ଟ୍ରେନ, ହେଲିକପ୍ଟର, ଜେଟ ଏବଂ ଯୁଦ୍ଧ ଜାହାଜ ଗୁଡିକ ବ୍ୟବହାର କରାଯାଇଛି । ଫଳରେ ଦେଶର ଡାକ୍ତରଖାନା ଓ ଘରୋଇ ହସ୍ପିଟାଲ ଗୁଡିକୁ ମିଳିଛି ସାମାନ୍ୟ ଆଶ୍ବସ୍ତି ।