ଓଡିଶା

odisha

ETV Bharat / international

Ukraine Crisis: ଋଷରେ ବ୍ୟବସାୟ ବନ୍ଦ କଲେ Coca-Cola, PepsiCo - ଋଷରେ ବ୍ୟବସାୟ ବନ୍ଦ କଲା ପେପସିକୋ

ଋଷିଆ ପାଇଁ ନୂଆ କଟକଣା । ଋଷରେ ବ୍ୟବସାୟ ବନ୍ଦ ପାଇଁ ଘୋଷଣା କଲେ ମୃଦୁ ପାନୀୟ କମ୍ପାନୀ କୋକା କୋଲା ଏବଂ ପେପସିକୋ । ଅଧିକ ପଢନ୍ତୁ

Ukraine Crisis: ଋଷରେ ବ୍ୟବସାୟ ବନ୍ଦ କଲା କୋକା-କୋଲା, ପେପସିକୋ
Ukraine Crisis: ଋଷରେ ବ୍ୟବସାୟ ବନ୍ଦ କଲା କୋକା-କୋଲା, ପେପସିକୋ

By

Published : Mar 9, 2022, 10:11 AM IST

ୱାସିଂଟନ: ଋଷିଆ ପାଇଁ ନୂଆ କଟକଣା । ଯୁଦ୍ଧଖୋର୍ ଋଷିଆରେ ବ୍ୟବସାୟ ବନ୍ଦ କଲା ମୃଦୁ ପାନୀୟ କମ୍ପାନୀ କୋକା କୋଲା ଏବଂ ପେପସିକୋ(Coca-Cola, PepsiCo Suspend Operations In Russia) । ଦୁଇ କମ୍ପାନୀ ଋଷରେ ନିଜର ଉତ୍ପାଦନ ଓ ବିକ୍ରୟକୁ ସ୍ଥଗିତ ରଖିବ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ମ୍ୟାକଡୋନଲ୍ଡ ମଧ୍ୟ ଋଷିଆରେ ନିଜର ସମସ୍ତ ରେସ୍ତୋରାଁ ବନ୍ଦ କରିବ ବୋଲି ଘୋଷଣା କରିଛି ।

ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଚାଲିଥିବା ମହାସମର ୧୪ ଦିନରେ ପହଞ୍ଚିଛି । ଯୁଦ୍ଧଖୋର୍ ଋଷକୁ ଆକ୍ରମଣରୁ ନିବୃତ୍ତ ରଖିବାକୁ ମାଳ ମାଳ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି ବିଭିନ୍ନ ପାଶ୍ଚତ୍ୟ ରାଷ୍ଟ୍ର । ଯୁଦ୍ଧକୁ ବିରୋଧ କରି ଋଷିଆ ଉପରେ ଅଧିକ ଚାପ ପକାଇବାକୁ ଆମେରିକା ତୈଳଠୁ ଆରମ୍ଭ କରି ଗ୍ୟାସ୍ ଉପରେ କଠୋର କଟକଣା ଲଗାଇଛି । ଭିସା, ମାଷ୍ଟରକାର୍ଡ ଭଳି ବଡ ବଡ କମ୍ପାନୀ ସେଠାରେ ସେବା ବନ୍ଦ ପାଇଁ ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:Russia Ukraine War: ଋଷିଆରେ ବନ୍ଦ ହେବ McDonald ରେସ୍ତୋରାଁ

କହିବାକୁ ଗଲେ ଯୁଦ୍ଧକୁ ନେଇ ଋଷିଆ ଉପରେ ବର୍ତ୍ତମାନ ୫ ହଜାରରୁ ଅଧିକ ପ୍ରକାର କଟକଣା ଲଗାଯାଇଛି । ଯୁଦ୍ଧକୁ ବିରୋଧ କରି ବହୁ ଶକ୍ତିଶାଳୀ ଦେଶ ଏହି କଟକଣାଗୁଡିକୁ ଲଗାଇଛନ୍ତି । ଯାହାପରେ ସର୍ବାଧିକ କଟକଣା ଲାଗିଥିବା ଦେଶ ତାଲିକାରେ ଏବେ ଋଷ ନମ୍ବର ୧ରେ ରହିଛି । ଫେବୃୟାରୀ ୨୪ରେ ଋଷ ପକ୍ଷରୁ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ ପରେ ଗୋଟିଏ ପରେ ଗୋଟିଏ କଠୋର କଟକଣା ଲଗାଯାଉଛି ।

ABOUT THE AUTHOR

...view details