ଓଡିଶା

odisha

ETV Bharat / international

ଗଡୁଛି ଦିନ, ଭାଙ୍ଗୁଛି ଲକଡାଉନ ନିୟମ - ଲକଡାଉନ ପାଇଁ ଅଧୈର୍ଯ୍ୟ ବ୍ରିଟିଶର

ବ୍ରିଟେନରେ ଷଷ୍ଠ ସପ୍ତାହରେ ପହଞ୍ଚିଛି କୋରୋନା ଲକଡାଉନ । ଏମିତିରେ ବଢିଥିବା ଦିନ ସହ ଧିରେ ଧିରେ ଅଧୈର୍ଯ୍ୟ ହେବାରେ ଲାଗିଛନ୍ତି ବ୍ରିଟିଶ ନାଗରିକ ।

lockdown in britain, corona in britain, britons impatient with lockdown, social distancing rule, ବ୍ରିଟେନରେ ଲକଡାଉନ, ବ୍ରିଟେନରେ କୋରୋନା, ଲକଡାଉନ ପାଇଁ ଅଧୈର୍ଯ୍ୟ ବ୍ରିଟିଶର, ସାମାଜିକ ଦୂରତା ନିୟମ
ଗଡୁଛି ଦିନ, ଭାଙ୍ଗୁଛି ଲକଡାଉନ ନିୟମ

By

Published : Apr 27, 2020, 12:22 AM IST

ଲଣ୍ଡନ: ବ୍ରିଟେନରେ ଷଷ୍ଠ ସପ୍ତାହରେ ପହଞ୍ଚିଛି କୋରୋନା ଲକଡାଉନ । ଏମିତିରେ ବଢିଥିବା ଦିନ ସହ ଧିରେ ଧିରେ ଅଧୈର୍ଯ୍ୟ ହେବାରେ ଲାଗିଛନ୍ତି ବ୍ରିଟିଶ ନାଗରିକ । ଆଉ ଯଥା ସମ୍ଭବ ସମୟରେ ଏମାନେ ନିୟମ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମୁଖ୍ୟତଃ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ କଡାକଡି ହେଉଥିବା ବେଳେ ଏହାକୁ ଏବେ ଅମାନ୍ୟ କରିବାରେ ଲାଗିଛନ୍ତି ନାଗରିକ ।

ଘରେ ବସି ବସି ଆଉ ସରକାରୀ କଟକଣାକୁ ସହି ପାରୁନାହାନ୍ତି ବ୍ରିଟିଶର । ଏନେଇ ଟିକେ ସୁବିଧା ମିଳିଲେ ଲୋକେ ଶହ ଶହ ସଂଖ୍ୟାରେ ହୋଭ ସମୂଦ୍ର କୂଳରେ ଏକାଠି ହେଉଥିବା ବେଳେ ଇଷ୍ଟ ସସେକ୍ସରେ ମଧ୍ୟ ଜମୁଛି ଭିଡ । ସେପଟେ କେବେ ଆଇସକ୍ରିମ ବାହାନାରେ ତ କେବେ ପୁଣି ମର୍ଣ୍ଣଂ ଓ ଇଭିନିଂ ୱାକ ନାଁ ଭାଙ୍ଗୁଛି ସାମାଜିକ ଦୂରତା ନିୟମ । ଅନ୍ୟପଟେ ଦେଶରେ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହେବା ସତ୍ତ୍ବେ ବର୍ତ୍ତମାନ ନିୟମ କୋହଳ କରିବା ଅତି ବିପଦପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ।

ସରକାର ଏନେଇ କହିଛନ୍ତି କି ଲୋକଙ୍କୁ ଦୈନିକ ଆବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ଢିଲା ଛଡାଯାଇଛି । ଏଥିସହ ଏହା ସେମାନଙ୍କ ଶାରିରୀକ ସୁସ୍ଥତା ପାଇଁ ମଧ୍ୟ ଜରୁରୀ । ହେଲେ ଲୋକେ ଏହାର ଲାଭ ଉଠାଇବାକୁ ଯାଇ ମନ ଇଚ୍ଛା ବୁଲୁଥିବା ଦେଖିବାକୁ ମିଳୁଛି । ତେଣୁ ଏହାକୁ ବନ୍ଦ କରି ଘରେ ରହି ସୁରକ୍ଷିତ ରହିବା ପାଇଁ ଲୋକଙ୍କ ଅପିଲ କରାଯାଇଛି । ଏଥିସହ ବିନା କୌଣସି ଭୁଲରେ ସାମାଜିକ ଦୂରତା ମାନିବାକୁ ମଧ୍ୟ କୁହାଯାଇଛି । ସୂଚନା ଅନୁଯାୟୀ ଦେଶରେ ଆକ୍ରାନ୍ତ ସଂଖ୍ୟା 1,49,569ରେ ଥିବା ବେଳେ ମୃତ୍ୟୁ ସଂଖ୍ୟା 20,381 ରେ ପହଞ୍ଚିଛି ।

ABOUT THE AUTHOR

...view details