ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ, ଚକିତ କଲାଭଳି ଘଟଣା । ଲଣ୍ଡନର ଏସେକ୍ସରୁ ଏକ ବଡ ଚାରି ଚକିଆ ମାଲବୁହା ମୋଟର ଗାଡି କଣ୍ଟେନରୁ 39 ଜଣଙ୍କ ମୃତଦେହ ଜବତ କରାଯାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କ ଖେଳାଇ ଦେଇଛି ।
ଏହି ଖବର ମିଳିବା ମାତ୍ରେ ପୋଲିସ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ 25 ବର୍ଷୀୟ ଲରି କଣ୍ଟେନର ଡ୍ରାଇଭରକୁ ଉତ୍ତର ଆୟର୍ଲ୍ୟାଣ୍ଡରୁ ଗିରଫ କରିଛି । ଏହାସହ ଏହି ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ । ଏହି ଛାତିଥରା ଘଟଣାରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।