ଲଣ୍ଡନ: ଶୀଘ୍ର ସୁସ୍ଥ ହେବା ରାସ୍ତାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । ବର୍ତ୍ତମାନ ତାଙ୍କର ଜ୍ବର କମିବା ସହ ସେ ଏବେ ଧିରେ ଧିରେ ସାମାନ୍ୟ ଜୀବନ ଯାପନ ପ୍ରଣାଳୀ ଆଡକୁ ଆଗଉଥିବା ସୂଚନା ରହିଛି । ସେ ଏବେ ସାମାନ୍ୟ ଚଲାବୁଲା ସହ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖୁଛନ୍ତି ।
ସୁସ୍ଥ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ, ହସ୍ପିଟାଲରେ ଦେଖୁଛନ୍ତି ଫିଲ୍ମ - ସୁସ୍ଥ ହେଉଛନ୍ତି ବୋରିଶ
ଶୀଘ୍ର ସୁସ୍ଥ ହେବା ରାସ୍ତାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । ବର୍ତ୍ତମାନ ତାଙ୍କର ଜ୍ବର କମିବା ସହ ସେ ଏବେ ଧିରେ ଧିରେ ସାମାନ୍ୟ ଜୀବନଯାପନ ପ୍ରଣାଳୀ ଆଡକୁ ଆଗଉଥିବା ସୂଚନା ରହିଛି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କୁ ଲଣ୍ଡନସ୍ଥିତ ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରୀ ଦଳ ତାଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଶନିବାର ସେ ନିଜ ଆଇସୋଲେସନ ୱାର୍ଡରେ ଟିଭିରେ ଫିଲ୍ମ ଦେଖିବା ସହ ବିଭିନ୍ନ ଖେଳ ଯଥା ପଜଲ ଓ ସୁଡୋକୁ ଆଦି ଖେଳୁଥିବା ଦେଖିବାକୁ ମିଳିଥିଲେ ।
ସେପଟେ ବୋରିଶଙ୍କୁ ଏବେ ବି କଡା ଆଇସୋଲେସନରେ ରଖାଯାଇଛି । ତାଙ୍କୁ ଗଣମାଧ୍ୟମ, ସାଧାରଣ ଲୋକେ କିମ୍ବା ନିଜ ପ୍ରେମିକା କ୍ୟାରି ସିମୋଣ୍ଡ୍ସଙ୍କୁ ମଧ୍ୟ ଦେଖା କରିବା ପାଇଁ ବାରଣ କରାଯାଇଛି ।