ଲଣ୍ଡନ: ପ୍ରାୟ ସପ୍ତାହର ଲଢେଇ ପରେ ସୁସ୍ଥତା ଆଡକୁ ଦ୍ରୁତ ବେଗରେ ଗତି କରୁଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । ହେଲେ ବୋରିଶଙ୍କ ସୁସ୍ଥତାର ଅପରପାର୍ଶ୍ବରେ ଦେଶରେ ଭୟଙ୍କର ହେବାରେ ଲାଗିଛି କୋରୋନା ପରିଣାମ । ଯାହାକୁ ସୁଧାରିବା ପାଇଁ ପୁଣି କାର୍ଯ୍ୟଭାର ସମ୍ଭାଳିବାକୁ ଆଗେଇ ଆସଛନ୍ତି ବୋରିଶ । ଦେଶକୁ ବର୍ତ୍ତମାନ ତାଙ୍କର ଆବଶ୍ୟକତା ରହିଥିବା ସେ ହୃଦବୋଧ କରି ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
କୋରୋନାରୁ ସୁସ୍ଥ ହୋଇ କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତ ବୋରିଶ ଜନସନ - ବୋରିଶ ଜନଶନ
ଦୀର୍ଘ ପ୍ରାୟ ସପ୍ତାହେର ଲଢେଇ ପରେ ସୁସ୍ଥତା ଆଡକୁ ଦ୍ରୁତ ବେଗରେ ଗତି କରୁଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । ଏବେ ସେ ପୁଣି ଥରେ ଦେଶର ଭାର ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
![କୋରୋନାରୁ ସୁସ୍ଥ ହୋଇ କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତ ବୋରିଶ ଜନସନ boris johnson cured from covid-19, british pm boris johnson, boris johnson, boris johnson ready to take responsibility, କୋରୋନାରୁ ସୁସ୍ଥ ହେଲେ ବୋରିଶ ଜନଶନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ, ବୋରିଶ ଜନଶନ, ଦେଶ ଭାର ନେବାକୁ ପ୍ରସ୍ତୁତ ବୋରିଶ ଜନଶନ](https://etvbharatimages.akamaized.net/etvbharat/prod-images/768-512-6929066-38-6929066-1587747381910.jpg)
ସୂଚନା ଅନୁଯାୟୀ ଗତ ଦୁଇ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ତିନି ଦିନ ପର୍ଯ୍ୟନ୍ତ ଅତି ସମ୍ବେଦନଶୀଳ ଚିକିତ୍ସା ଜାରି ରହିଥିଲା । ଡାକ୍ତର ଓ ଅନ୍ୟ ସହକାରୀ କର୍ମଚାରୀଙ୍କ ନିଷ୍ଠାପର ସେବା ପାଇଁ ସେ ପୁଣି ଜୀବନଦାନ ପାଇଥିବା ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ 55 ବର୍ଷୀୟ ବୋରିଶ ପୁଣି ଦେଶର ଭାର ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଅତି କଷ୍ଟ ସମୟ ଦେଇ ଗରି କରିବା ପରେ ଦେଶର ଭାର ସମ୍ଭାଳିବା କଷ୍ଟକର ସତ ହେଲେ ଏହା ଅସମ୍ଭବ ନୁହେଁ ବୋଲି ବୋରିଶ କହିଛନ୍ତି । ସେପଟେ ବୋରିଶଙ୍କ ସହ ଫୋନ ଯୋଗେ କଥା ହେବା ପରେ ଆମେରିକା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି କି ବୋରିଶ ଏକଦମ ସୁସ୍ଥ ଥିବା ଜଣାପଡୁଛନ୍ତି ।