ଓଡିଶା

odisha

ETV Bharat / international

ବ୍ରିଟେନ ରାଣୀଙ୍କ ପ୍ୟାଲେସରେ କୋରୋନା - ବ୍ରିଟେନ ରାଣୀଙ୍କ ପ୍ୟାଲେସରେ କୋରୋନା

ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ପ୍ୟାଲେସରେ କାମ କରୁଥିବା ଜଣେ କର୍ମଚାରୀ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଣୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜଭବନରୁ ୱିଣ୍ଡସରକୁ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ...

aa
ବ୍ରିଟେନ ରାଣୀଙ୍କ ପ୍ୟାଲେସରେ କୋରୋନା

By

Published : Mar 23, 2020, 10:41 AM IST

ଲଣ୍ଡନ: ବ୍ରିଟେନର 93 ବର୍ଷୀୟା ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଜଣେ ସହାୟକ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବକିଙ୍ଗହମ୍‌ ପ୍ୟାଲେସରେ କାର୍ଯ୍ୟରତ ସହାୟକଙ୍କୁ ପରୀକ୍ଷା କରାଯାଇଥିବାବେଳେ ସେ କୋରୋନା ପଜିଟିଭ୍‌ ହୋଇଥିବା ଜଣାପଡିଛି।

ଗତ ଗୁରୁବାର ରାଣୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜଭବନରୁ ୱିଣ୍ଡସ୍‌ ଦୁର୍ଗକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହ ତାଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ବାତିଲ କରାଯାଇଛି । ତେବେ ରାଣୀ ସୁସ୍ଥ ଅଛନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।

ବ୍ରିଟେନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଣୀ ଏଲିଜାବେଥଙ୍କ ରାଜକୀୟ ସହାୟକ ତାଙ୍କ ସହ କେତେ ନିକଟତର ହୋଇଥିବେ ତାହା ଜଣା ପଡିନାହିଁ । କିନ୍ତୁ ସହାୟକ ଜଣଙ୍କ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସମସ୍ତଙ୍କୁ ସେଲ୍ଫ ଆଇସୋଲେସନରେ ରଖାଯାଇଛି । ରାଣୀ ଏଲିଜାବେଥ୍‌ ଦ୍ବିତୀୟ ୱଣ୍ଡିସର୍‌ ଯିବା ପୂର୍ବରୁ ସେହି କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଯେହେତୁ ପ୍ୟାଲେସରେ ମୋଟ 500 କର୍ମଚାରୀ କାମ କରୁଛନ୍ତି ତେଣୁ ଏହା କେଉଁ ସ୍ତରକୁ ଯିବ କିଛି ସ୍ପଷ୍ଟ ହୋଇନାହିଁ ।

ABOUT THE AUTHOR

...view details