ଲଣ୍ଡନ: ସାରା ବିଶ୍ବରେ କୋରୋନା କାଳ ଜାରି ରହିଛି । ଏଥିରେ ଶତାଧିକ ରାଷ୍ଟ୍ର ପ୍ରଭାବିତ । ଏପରିସ୍ଥଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ କୋରୋନା ଭାଇରସ୍ ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ତାଲାବନ୍ଦ ପରେ ଏବେ ପୁନର୍ବାର ସ୍ଥିତି ସୁଧାରିବା ସମୟ ଆସିଛି ।
ଅର୍ଥନୀତିକୁ ପୁନଃ ଆରମ୍ଭ କରିବା, ବିଦ୍ୟାଳୟଗୁଡ଼ିକୁ ପୁଣିଥରେ ଖୋଲିବା ଏବଂ ଲୋକଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ଆସନ୍ତା ସପ୍ତାହରେ ଏକ ବ୍ୟାପକ ଯୋଜନା ସ୍ଥିର କରାଯିବ । ଗୁରୁବାର ଏକ ରିପୋର୍ଟରେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦେଶ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବ୍ରିଟେନରେ କୋରୋନା ତରମ ପର୍ଯ୍ୟାୟ ଅତିକ୍ରାନ୍ତ କରିଛି । ମାତ୍ର ଦେଶକୁ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଆଶଙ୍କାକୁ ଏଡାଇଦିଆଯାଇନପାରେ । ଏହାକୁ ଆଖି ଆଗରରେ ରଖି ବ୍ୟାପକ କଟକଣା ମଧ୍ୟ ରହିବ ।