ଓଡିଶା

odisha

ETV Bharat / international

Afghan crisis: ଗୋଟିଏ ମଞ୍ଚରେ ଏକଜୁଟ ହେବେ ୫ ବିଶ୍ବଶକ୍ତି - ଆଫଗାନିସ୍ତାନ ସଙ୍କଟ

ଆଫଗାନିସ୍ତାନ ସଙ୍କଟ ଉପରେ G-7 ଜରୁରୀକାଳୀନ ବୈଠକ ଡକାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଆଫଗାନ ସଙ୍କଟକୁ ନେଇ ଗୋଟିଏ ମଞ୍ଚରେ ଏକଜୁଟ ହେବେ ବିଶ୍ବର ୭ ମହାଶକ୍ତି । ଅଧିକ ପଢନ୍ତୁ...

Afghan crisis: ଗୋଟିଏ ମଞ୍ଚରେ ଏକଜୁଟ ହେବେ ୫ ବିଶ୍ବଶକ୍ତି
Afghan crisis: ଗୋଟିଏ ମଞ୍ଚରେ ଏକଜୁଟ ହେବେ ୫ ବିଶ୍ବଶକ୍ତି

By

Published : Aug 22, 2021, 10:20 PM IST

ଲଣ୍ଡନ: ତାଲିବାନର କବଜା ପରେ ଆଫଗାନିସ୍ତାନରେ ସ୍ଥିତି ସମ୍ପୂର୍ଣ୍ଣ ଭୟାବହ ରହିଛି । ଦ୍ରୁତ ଗତିରେ ବଦଳୁଥିବା ଘଟଣାକ୍ରମ ଉପରେ କଡା ନଜର ରଖିଛି ବିଶ୍ବ । ଏହାରି ମଧ୍ୟରେ ଆଫଗାନିସ୍ତାନ ସଙ୍କଟ ଉପରେ G-7 ଜରୁରୀକାଳୀନ ବୈଠକ ଡକାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ଆଫଗାନ ସଙ୍କଟକୁ ନେଇ ଗୋଟିଏ ମଞ୍ଚରେ ଏକଜୁଟ ହେବେ ବିଶ୍ବର ୭ ମହାଶକ୍ତି । ଏହି ବୈଠକରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇବାକୁ ଯାଉଛନ୍ତି । ଆଫଗାନିସ୍ତାନ ସଙ୍କଟ ଉପରେ ଅଗଷ୍ଟ 24ରେ ହେବ ଏହି ବୈଠକ । ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 20 ବର୍ଷ ଧରି କ୍ରମାଗତ ସଙ୍କଟ ମଧ୍ୟରେ ଗତି କରି ଆସୁଥିବା ଆଫଗାନିସ୍ତାନକୁ ସହଯୋଗର ଆବଶ୍ୟକତା ରହିଛି । ସେଠାରେ ଚାଲିଥିବା ସଙ୍କଟକୁ ଦୂର କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ ବୋଲି କହିଥିଲେ ଜନସନ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆଫଗାନିସ୍ତାନ ସଙ୍କଟ ସମ୍ପର୍କରେ ସେ ମଙ୍ଗଳବାର ଜି -7 ନେତାଙ୍କ ସହ ଆଲୋଚନା କରିବେ। ଆଫଗାନବାସୀ ସାହାଯ୍ୟ ଆବଶ୍ୟକ କରନ୍ତି। ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ବୋରିସ୍ ଜନସନ ବିଶ୍ୱ ସମୁଦାୟଙ୍କୁ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details