ଓଡିଶା

odisha

ETV Bharat / international

କୋରୋନା ଭୟ: ଭାରତକୁ ବିପଦ ତାଲିକାଭୁକ୍ତ କଲା ବ୍ରିଟେନ୍‌

ବଢ଼ୁଥିବା କୋରୋନା ସଂକ୍ରମଣକୁ ଦେଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ଭାରତ ଗସ୍ତ ବାତିଲ ପରେ ଏବେ ଯାତାୟତ ନେଇ ଭାରତ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଏନେଇ ବ୍ରିଟେନ ସୋମବାର ଭାରତକୁ ବିପଦ ତାଲିକା(ରେଡ୍ ଲିଷ୍ଟ)ଭୁକ୍ତ କରିଛି । ଅଧିକ ପଢନ୍ତୁ...

କୋରୋନା ଭୟ: ଭାରତକୁ ବିପଦ ତାଲିକା ଭୁକ୍ତ କଲା ବ୍ରିଟେନ୍‌
କୋରୋନା ଭୟ: ଭାରତକୁ ବିପଦ ତାଲିକା ଭୁକ୍ତ କଲା ବ୍ରିଟେନ୍‌

By

Published : Apr 20, 2021, 3:18 PM IST

ଲଣ୍ଡନ: ବଢ଼ୁଥିବା କୋରୋନା ସଂକ୍ରମଣକୁ ଦେଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ଭାରତ ଗସ୍ତ ବାତିଲ ପରେ ଏବେ ଯାତାୟତ ନେଇ ଭାରତ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ବ୍ରିଟେନ ସୋମବାର ଭାରତକୁ ବିପଦ ତାଲିକା(ରେଡ୍ ଲିଷ୍ଟ)ଭୁକ୍ତ କରିଛି । ଏନେଇ ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ପ୍ରକାଶ କରିଛନ୍ତି ଯେ, ତଥାକଥିତ ଭାରତୀୟ 103 ଟି କୋଭିଡ୍ ମାମଲା ବ୍ରିଟେନରେ ଚିହ୍ନଟ ହୋଇଛି, ସେଥିମଧ୍ୟରୁ "ଅଧିକାଂଶଙ୍କ ଅନ୍ତର୍ଜାତୀୟ ଭ୍ରମଣ ସହ ଲିଙ୍କ୍ ଅଛି"।

ମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି ଯେ, ତଥ୍ୟ ଅଧ୍ୟୟନ କରିବା ପରେ ଏବଂ ସତର୍କତା ଭିତ୍ତିରେ ଆମେ ଭାରତକୁ ରେଡ୍ ଲିଷ୍ଟରେ ଯୋଡିବା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ବ୍ରିଟେନ୍‌ ନାଗରିକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭାରତରୁ ବ୍ରିଟେନ୍ ଆସିବାକୁ ଅନୁମତି ଦିଆଯିବ ନାହିଁ । ତେବେ ଯେଉଁମାନଙ୍କୁ ଅନୁମତି ଦିଆଯାଇଛି ସେମାନେ ଭାରତରୁ ଆସିବା ପୂର୍ବରୁ ପ୍ରଥମେ ବ୍ରିଟେନ୍ ସରକାରଙ୍କ ଠାରୁ ଅନୁମିତ ନେବା ସହିତ ହୋଟେଲ୍‌ରେ ୧୦ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍‌ରେ ରହିବେ । ତେବେ ଏହି ନିୟମ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହେବ ।

ଦେଶରେ କୋରୋନା ଭାଇରସ ସଂକ୍ରମଣ ବଢୁଥିବା କାରଣରୁ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତକୁ ବାତିଲ କରିବାକୁ ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଛି ।

ABOUT THE AUTHOR

...view details