ବ୍ରାସିଲିୟା: ସମଗ୍ର ବିଶ୍ବରେ କୋରୋନା କାୟା ବିସ୍ତାର କରିଛି । ଏହା ମଧ୍ୟରେ ଗତ 24 ଘଣ୍ଟାରେ ବ୍ରାଜିଲ 6760 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା 1ଲକ୍ଷ 62 ହଜାର 699 ଜଣ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏଥିସହ ବ୍ରାଜିଲରେ ଗତ 24 ଘଣ୍ଟାରେ 496 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବ୍ରାଜିଲରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 11,123ରେ ପହଞ୍ଚିଥିବା ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ବ୍ରାଜିଲରେ 160000 ପାର କଲା କୋରୋନା ଆକ୍ରାନ୍ତ ସଂଖ୍ୟା; 11,123 ମୃତ - କୋରୋନା
ଗତ 24 ଘଣ୍ଟାରେ ବ୍ରାଜିଲ 6760 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା 1ଲକ୍ଷ 62 ହଜାର 699 ଜଣ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ବ୍ରାଜିଲରେ 160000 ପାର କଲା କୋରୋନା ଆକ୍ରାନ୍ତ ସଂଖ୍ୟା
ଗତ ଶନିବାର ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲେ ଯେ, ଗତ 24 ଘଣ୍ଟା ମଧ୍ୟରେ ବ୍ରାଜିଲରେ 10611 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 730 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 61000 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ମୋଟ ମାମଲାର 40 ପ୍ରତିଶତ ଅଟେ ।
ଏଥିସହ ଗତ ଶନିବାର ବ୍ରାଜିଲ ସଂସଦ କୋରୋନା ଆକ୍ରାନ୍ତଙ୍କ ପାଇଁ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଥିଲେ ।