ଲଣ୍ଡନ: ସୁସ୍ଥ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ପ୍ରେମିକା । କିଛି ଦିନ ତଳେ ବୋରିଶ ଜନଶନ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କ ପ୍ରେମିକା କ୍ୟାରି ସିମୋଣ୍ଡ୍ସଙ୍କଠାରେ ମଧ୍ୟ କୋରୋନା ଲକ୍ଷଣ ଦେଖା ଦେଇଥିଲା । କ୍ୟାରି ବର୍ତ୍ତମାନ ଛଅ ମାସର ଗର୍ଭବତୀ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ସେ ଆଇସୋଲେସନରେ ରହିଛନ୍ତି ।
କୋରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ବୋରିସ ଜନଶନଙ୍କ ପ୍ରେମିକା - କୋରୋନା ଭାଇରସ ଅପଡେଟ
ସୁସ୍ଥ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ପ୍ରେମିକା । କ୍ୟାରି ବର୍ତ୍ତମାନ ଛଅ ମାସର ଗର୍ଭବତୀ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସେ ଆଇସୋଲେସନରେ ରହିଛନ୍ତି ।
![କୋରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ବୋରିସ ଜନଶନଙ୍କ ପ୍ରେମିକା boris johnson, corona virus update, boris johnson's fiancee mend from corona, ବୋରିଶ ଜନସନ, କୋରୋନା ଭାଇରସ ଅପଡେଟ, ବୋରିଶ ଜନଶନଙ୍କ ପ୍ରେମିକ କୋରୋନାରୁ ହେଉଛନ୍ତି ସୁସ୍ଥ](https://etvbharatimages.akamaized.net/etvbharat/prod-images/768-512-6674998-697-6674998-1586106941321.jpg)
କୋରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ବୋରିସ ଜନଶନଙ୍କ ପ୍ରେମିକା
କ୍ୟାରି ଏନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି କି ଗତ ସପ୍ତାହରେ ସେ ନିଜ ଠାରେ କୋରୋନାର ଲକ୍ଷଣ ଦେଖିଥିଲେ। କିନ୍ତୁ ଏନେଇ କୌଣସି ଟେଷ୍ଟ କରିବା ପରିବର୍ତ୍ତେ ସେ ନିଜକୁ ଆଇସୋଲେସନରେ ରଖିଥିଲେ । ଆଉ ଏବେ ସପ୍ତାହେ ପରେ ସେ ନିଜକୁ ସୁସ୍ଥ ଅନୁଭବ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି ।