ଓଡିଶା

odisha

ମଙ୍ଗଳବାର ଇଂଲଣ୍ଡରେ କୋରୋନା କଟକଣାର ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ

By

Published : Jun 23, 2020, 4:04 AM IST

ଇଂଲଣ୍ଡରେ ଲକଡାଉନ ନିୟମ କୋହଳ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ନେଇ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । ଅଧିକ ପଢ଼ନ୍ତୁ...

corona update in england, corona restriction in england, boris johnson, social distancing in england, ଇଂଲଣ୍ଡରେ କୋରୋନା ଅପଡେଟ, ଇଂଲଣ୍ଡରେ କୋରୋନା କଟକଣା କୋହଳ, ବୋରିଶ ଜନଶନ, ଇଂଲଣ୍ଡରେ ସାମାଜିକ ଦୂରତ୍ବ
ମଙ୍ଗଳବାର ଇଂଲଣ୍ଡରେ କୋରୋନା କଟକଣାର ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ

ଲଣ୍ଡନ: ଇଂଲଣ୍ଡରେ ଲକଡାଉନ ନିୟମ କୋହଳ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ନେଇ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନଶନ । ଦେଶରେ ସମସ୍ତ ବାର, ପବ୍‌ ଓ ରେସ୍ତୋରାଁ ଆଦି ଜୁନ 22ରୁ ଖୋଲିବା ନେଇ ପୂର୍ବରୁ ସୂଚନା ରହିଥିଲା । ହେଲେ ଦେଶରେ ନୂଆ ସଂକ୍ରମଣ ଚିହ୍ନଟ ସହ ଏହି ନିଷ୍ପତ୍ତି ଲାଗୁ ହେବ କି ନାହିଁ, ତାହା ବୋରିଶ ସ୍ପଷ୍ଟ କରିବେ ।

ଏଥିସହ ମଙ୍ଗଳବାର ସଂସଦରେ ପ୍ରଧାନମନ୍ତ୍ରୀ ଆଗମୀ ପର୍ଯ୍ୟାୟ ଲକଡାଉନ କୋହଳ ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି । ସେପଟେ ବିରୋଧୀ ଦଳ ନେତାମାନେ ଦେଶରେ ଲାଗୁ 2ମିଟର ସାମାଜିକ ଦୂରତ୍ବ ନିୟମର ପୁନଃସମୀକ୍ଷା ପାଇଁ ଦାବି କରିଥିଲେ । ଏହି କ୍ରମରେ ବୋରିଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମୀକ୍ଷା କାର୍ଯ୍ୟକ୍ରମ ଜାରି ରହିଥିଲା । ଏହାର ନିଷ୍କର୍ଶ ମଧ୍ୟ ମଙ୍ଗଳବାର ସ୍ପଷ୍ଟ ହେବ । ଏହି ଦୃଷ୍ଟିରୁ ଦେଖିବାକୁ ମଙ୍ଗଳବାର ଇଂଲଣ୍ଡ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ରହିବ ।

ଦେଶରେ ଲକଡାଉନ କୋହଳ ପ୍ରକ୍ରିୟାରେ ଆଉ ପାଦେ ଆଗେଇବା ପାଇଁ ସ୍ବାସ୍ଥ୍ୟ ସଚିବ ମ୍ୟାକ ହ୍ୟାନକକ୍‌ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ତେବେ ଦେଶରେ ଅନଲାଇନ ମାଦକ ଦ୍ରବ୍ୟ ଅର୍ଡର କରିବା ପ୍ରସଙ୍ଗରେ ବୋରିଶଙ୍କୁ ପଚରାଯିବାରୁ ସେ କହିଥିଲେ ଏ ସମ୍ପର୍କରେ କୌଣସି ଆଲୋଚନା କିମ୍ବା ଯୋଜନା ନାହିଁ । ଏଥିସହ ଦେଶରେ ଲାଗୁ ସାମାଜିକ ଦୂରତ୍ବ କଟକଣାରେ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଥିବା ବୋରିଶ ଇଙ୍ଗିତ କରିଛନ୍ତି । ଦେଖିବାକୁ ବାକି ରହିଲା ବୋରିଶ କ’ଣ ନିଷ୍ପତ୍ତି ନେଉଛନ୍ତି ।

@IANS

ABOUT THE AUTHOR

...view details