ଓଡିଶା

odisha

ETV Bharat / international

ଜାତୀୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ବୋରିସଙ୍କ ସଲାମ

ଇଂଲଣ୍ଡରେ ଜାତୀୟ ସ୍ବାସ୍ଥ୍ୟସେବା(ଏନଏଚଏସ)ର 72 ବର୍ଷ ପୂର୍ତ୍ତି ଅବସରରେ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ପାଇଁ ରବିବାର ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ । ଯେଉଁଥିରେ ସାମିଲ ହୋଇ ସ୍ବାସ୍ଥ୍ୟକର୍ମୀଙ୍କୁ ସଲାମ ଜଣାଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ।

72nd anniversary of nhs, nhs, health workers paid tribute in england, tribute to nhs in england, national health service, ଏନଏଚଏସକୁ 72 ବର୍ଷ, ଇଂଲଣ୍ଡରେ ସ୍ବାସ୍ଥ୍ୟକର୍ମୀଙ୍କୁ ସଲାମ, ଇଂଲଣ୍ଡରେ ଏନଏଚଏସକୁ ସମ୍ମାନ, ଇଂଲଣ୍ଡରେ ଏନଏଚଏସର 72 ବର୍ଷ ପୂର୍ତ୍ତି ଦିବସ, ଜାତୀୟ ସ୍ବାସ୍ଥ୍ୟ ସେବା
ଜାତୀୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ବୋରିସଙ୍କ ସଲାମ

By

Published : Jul 5, 2020, 10:15 PM IST

ଲଣ୍ଡନ: ସାରା ବିଶ୍ବରେ ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ । ବିଶ୍ବବାସୀଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ବାଜିରେ ଲଗାଇ ଅବିରତ ସେବା ଯୋଗାଇ ଚାଲିଛନ୍ତି ଏମାନେ । ଏମିତିରେ ଇଂଲଣ୍ଡରେ ଜାତୀୟ ସ୍ବାସ୍ଥ୍ୟସେବା(ଏନଏଚଏସ)ର 72 ବର୍ଷ ପୂର୍ତ୍ତି ଅବସରରେ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ପାଇଁ ରବିବାର ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ । ଯେଉଁଥିରେ ସାମିଲ ହୋଇ ସ୍ବାସ୍ଥ୍ୟକର୍ମୀଙ୍କୁ ସଲାମ ଜଣାଇଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ।

ରବିବାର ସନ୍ଧ୍ୟା 5ଟା ବେଳେ ଜାତୀୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ସମ୍ମାନାର୍ଥେ ଇଂଲଣ୍ଡବାସୀ ତାଳି ବଜାଇବା ସହ ଦେଶର ସଡକରେ ନୀଳ ଲାଇଟ ଜଳା ଯାଇଥିଲା । ଦେଶର ଡାଉନିଂ ଷ୍ଟ୍ରିଟ, ରୟାଲ ଆଲବର୍ଟ ହଲ, ବ୍ଲାକପୁଲ ଟାୱାର, ଷାର୍ଡ ଓ ୱେମ୍ବଲି ଆର୍କରେ ସ୍ବତନ୍ତ୍ର ଭାବେ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ମାନ ପାଇଁ ସଲାମ ଜଣାଯାଇଥିଲା । ଏଥିସହ କୋରୋନାରେ ଜୀବନ ହାରିଥିବା ଦେଶବାସୀଙ୍କ ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା ମଧ୍ୟ ଆୟୋଜିତ ହୋଇଥିଲା ।

ଇଂଲଣ୍ଡବାସୀ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ଶନିବାର ରାତିରୁ ହିଁ ନିଜ ଘରର ଦ୍ବାର ଓ ଝରକା ପାଖରେ କ୍ୟାଣ୍ଡେଲ ଓ ବତୀ ଜଳାଇଥିବା ଦେଖାଯାଇଥିଲା । ତେବେ 1948 ମସିହାରେ ପ୍ରତିଷ୍ଠା ହୋଇଥିବା ଏନଏଚଏସ ନିଜ ସ୍ବାସ୍ଥ୍ୟସେବା ପାଇଁ ବେଶ ଆଦୃତି ଲାଭ କରିଛି । ସଂସ୍ଥାର 72 ବର୍ଷ ପୂର୍ତ୍ତି ଅବସରରେ ବ୍ରିଟେନ ରାଜ ପରିବାର ପକ୍ଷରୁ ପ୍ରିନ୍ସ ଚାର୍ଲ୍ସ ମଧ୍ୟ ଏକ ଭିଡିଓ ମେସେଜ ଜରିଆରେ ସଲାମ ଜଣାଇଥିଲେ ।

@IANS

ABOUT THE AUTHOR

...view details