ଜର୍ମାନୀର ପୂର୍ବତନ ରାଜଧାନୀ ବନ୍ ସହରରେ ଏକ ବିଚିତ୍ର ନିୟମ ରହିଛି । ଯାହାକୁ ଶୁଣିଲେ ଆମପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୀତ ଦିନ ପରେ ଆପଣ ଯଦି ବନ୍ ସହରରେ ପହଞ୍ଚିବେ ତେବେ ଦେଖିବେ ଯେ ଅନେକ ଲୋକ ବେଙ୍ଗ ମାନଙ୍କୁ ରାସ୍ତା ପାରି କରାଇ ଦେଉଛନ୍ତି । ବନ୍ ସହରରେ ଗ୍ରୀଷ୍ମ ଓ ଗରମ ବଢ଼ିବା ମାତ୍ରେ ବେଙ୍ଗ ମାନେ ଏଣେ ତେଣେ ବୁଲୁଥିବାର ଦେଖିବାକୁ ମିଳନ୍ତି । ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ବେଙ୍ଗ ମାନେ ନିଜ ଶୀତ ନିଦ୍ରାରୁ ଜାଗ୍ରତ ହୋଇ ବାହାରକୁ ବାହାରି ଆସନ୍ତି, କିନ୍ତୁ ନିଜର ଅନ୍ୟତ୍ର ଠିକଣାରେ ପହଁଞ୍ଚିବା ପୂର୍ବରୁ ସେମାନେ ଗାଡ଼ି ତଳେ ଚାପି ହୋଇ ମରି ଯାଆନ୍ତି । ଏମିତିରେ ଜର୍ମାନୀର ଅନେକ ସ୍ବୟଂସେବକ ସଙ୍ଘ ବେଙ୍ଗ ମାନଙ୍କୁ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଲେ ।
ବେଙ୍ଗଙ୍କୁ ବଞ୍ଚାଇବା ପାଇଁ କରା ଯାଉଥିବା ଉପାୟ ଗୁଡ଼ିକ ବିଷୟରେ ବନ୍ୟଜନ୍ତୁ ସଂରକ୍ଷଣ ସହ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ନିର୍ଦ୍ଦେଶକ ମୋନିକା ହଚଟେଲ କହିଛନ୍ତି ଯେ, ଅନେକ ସମୟରେ ଏମିତି ହେଉଥିଲା ଯେ ବେଙ୍ଗମାନେ ଗାଡ଼ିତଳେ ଚାପି ହୋଇ ମରି ଚାଉଥିଲେ । ଏହା ଦେଖି ଆମେ ତାଙ୍କୁ ରାସ୍ତା ପାରି କରାଇବାର ଦାୟିତ୍ବ ନେଲୁ । ବର୍ତ୍ତମାନ ଅନେକ ଗୁଡ଼ିଏ ସଂସ୍ଥା ବେଙ୍ଗ ମାନଙ୍କୁ ରାସ୍ତା ପାରି କରାଇବା କାର୍ଯ୍ୟ କରୁଛନ୍ତି ।
ବେଙ୍ଗଙ୍କ ପାଇଁ ଅନେକ ପର୍ଯ୍ୟାୟରେ କରାଯାଏ କାର୍ଯ୍ୟ
ବେଙ୍ଗ ମାନଙ୍କୁ ବଞ୍ଚାଇବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରାଯାଇଥାଏ । ବେଙ୍ଗ ମାନେଙ୍କୁ ସୁବିଧାରେ ରାସ୍ତା ପାରି କରାଇବା ପାଇଁ ରାସ୍ତା ତଳେ ସୁଡ଼ଙ୍ଗ ମାନ ତିଆରି ହୋଇଥାଏ, ଯାହାଦ୍ବାରା ସେମାନେ ଯେତେବେଳେ ଚାହିଁବେ ଆରମରେ ସଡ଼କର ଏପାରିରୁ ସେପାରି ହୋଇ ପାରିବେ । ଏହାସହ ବେଙ୍ଗ ମାନଙ୍କ ସୁରକ୍ଷା ପାଇଁ ଫେନସିଙ୍ଗ ମଧ୍ୟ ତିଆରି କରାଯାଇଛି ।