ଓଡିଶା

odisha

ETV Bharat / international

ଅଟୋମେଟିଭ ବଡି ଇଞ୍ଜିନିୟରିଂରେ ବର୍ଲିନ 'ମଡେଲ Y' ଏକ ବିଳ୍ପବ: ମସ୍କ - tesla ceo

ଟେସଲା ସିଇଓ ଏଲୋନ ମସ୍କ ଏକ ନୂତନ ଇଲେକ୍ଟ୍ରିକ କାର ବିଷୟରେ ସୂଚନା ଦେଇଛନ୍ତି । ଯାହା ଅଟୋମୋବାଇଲ ବଡି ଇଞ୍ଜିନିୟରିଂରେ ପରିବର୍ତ୍ତନ ଆଣିବ । ଅଧିକ ପଢନ୍ତୁ...

ଅଟୋମେଟିଭ ବଡି ଇଞ୍ଜିନିୟରିଂରେ ବର୍ଲିନ 'ମଡେଲ Y' ଏକ ବିଳ୍ପବ: ମସ୍କ
ଅଟୋମେଟିଭ ବଡି ଇଞ୍ଜିନିୟରିଂରେ ବର୍ଲିନ 'ମଡେଲ Y' ଏକ ବିଳ୍ପବ: ମସ୍କ

By

Published : Jul 12, 2020, 7:26 PM IST

ବର୍ଲିନ: ଜର୍ମାନୀର ଗିଗାଫ୍ୟାକ୍ଟ୍ରି ବର୍ଲିନରେ ନିର୍ମାଣ ହେବାକୁ ଥିବା ଟେସଲା ମଡେଲ Y ଟେସଲାର ନୂତନ ମେଗା କାଷ୍ଟିଂ ଟେକ୍ନୋଲୋଜିର ପ୍ରଥମ ବ୍ୟବହାର ପ୍ରଦର୍ଶନ କରିବ । ଯାହା ଶେଷରେ ଅନ୍ୟ ମଡେଲଗୁଡିକରେ ପରିଣତ ହେବ ।

ମସ୍କ ଟ୍ୱିଟ କରି କହିଛନ୍ତି ଯେ, "ବର୍ଲିନ ମଡେଲ Y ହେଉଛି ଦେଖିବା। ଏହା ଅଟୋମୋବାଇଲ ବଡି ଇଞ୍ଜିନିୟରିଂରେ ଏକ ବିପ୍ଳବ ଅଟେ"।

ଜଣେ ଫଲୋର ପଚାରିଛନ୍ତେଯେ, " ସିଙ୍ଗଲ କି ଡବଲ ପିସ ଫ୍ରେମ କାଷ୍ଟ?"

ମସ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଆହୁରି ଅଧିକ।

ଗତବର୍ଷ ଦାଖଲ ହୋଇଥିବା ଏକ ପେଟେଣ୍ଟ ଆବେଦନରେ ନୂତନ କାଷ୍ଟିଂ ମେସିନ ପ୍ରକାଶ କରିଥିଲା ଯାହା ମଡେଲ Y ନିର୍ମାଣ ପାଇଁ ଟେସଲା ବ୍ୟବହାର କରୁଛି ବୋଲି ଇଲେକ୍ଟ୍ରକ ରିପୋର୍ଟ କରିଛି।

ଆସନ୍ତା ବର୍ଷ ଜୁଲାଇରେ ଟେସଲା ନୂତନ ବର୍ଲିନ ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ, ଟେସଲା ବର୍ଲିନ ନିକଟରେ ଏକ ନୂତନ କାରଖାନା ଏବଂ ଅଷ୍ଟିନରେ ଏକ ନୂତନ କାରଖାନା ନିର୍ମାଣ ଦିଗରେ କାର୍ଯ୍ୟ କରୁଛି ।

ପାଲୋ ଆଲ୍ଟୋ-ଆଧାରିତ କମ୍ପାନୀ ଜୁନ ମାସରେ 90,650 ଯାନ ବିତରଣ କରିଥିଲା । ଏହା କ୍ୱାର୍ଟରରେ 80 ହଜାର 50ଟି ମଡେଲ 3 ଏବଂ ମଡେଲ Ys ଏବଂ ଏହାର ମଡେଲ S ଲକଜରି ସେଡାନ ଏବଂ ମଡେଲ X SUVର 10,600 ବିତରଣ କରିଥିଲା ।

ଟେସଲା ଯାହା ବର୍ତ୍ତମାନ ପାଞ୍ଚଟି ସିଟ୍ ସହିତ ସମ୍ପୂର୍ଣ୍ଣ ଇଲେକଟ୍ରିକ ମଡେଲ Y ଉତ୍ପାଦନ କରେ, ଏହି ବର୍ଷ ଶେଷରେ ଏକ 7 ସିଟ ବିଶିଷ୍ଟ ସଂସ୍କରଣ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details