ବ୍ରୁସେଲ: ବେଲଜିୟମ ପ୍ରିନ୍ସ କୋରୋନା ଆକ୍ରାନ୍ତ । ବେଲଜିୟମ ପ୍ରିନ୍ସ ଜୋଆଚିମ୍ ଏବଂ ବେଲଜିୟମ ରାଜା ଫିଲିପଙ୍କ ପୁତୁରା ଲକଡାଉନ ସମୟରେ ସ୍ପେନର ଏକପାର୍ଟିରେ ଯୋଗ ଦେଇ କୋରୋନା ଆକ୍ରାନ୍ତ ହୋଇଥିବା ଚୀନର ସିଜିଟିଏନ ନେଟୱର୍କ ଲୋକାଲ ମିଡିଆ ସୂଚନା ଦେଇଛନ୍ତି ।
ଏହି ରିପୋର୍ଟରେ କୁହାଯାଇଛି, ଏହି ପାର୍ଟି ଏକ ଘରୋଇ ରେସିଡେଣ୍ଟରେ ଆୟୋଜିତ ହୋଇଥିଲା । ଯେଉଁଠାରେ 27 ଜଣ ଲୋକ ଯୋଗ ଦେଇଥିଲେ । ମନାକୋର ପ୍ରିନ୍ସ ଆର୍ଲବଟ ଆଇଆଇ ପ୍ରଥମ ରାଜକୀୟ ବ୍ୟକ୍ତି ଯିଏ କୋରୋନା ଆକ୍ରାନ୍ତ ହୋଇଥିଲେ । ମାର୍ଚ୍ଚ ମାସରେ ପ୍ୟାଲେସରେ ପ୍ରଥମ କୋରୋନା ଚିହ୍ନଟ ହୋଇଥିଲେ ।