ଭିଏନା: ଅଷ୍ଟ୍ରିଆରେ ପ୍ରାକୃତିକ ଶକ୍ତି ସମ୍ବଳର ସୁରକ୍ଷା ପାଇଁ ବନ୍ଦ ହୋଇଛି ଦେଶର ଶେଷ କୋଇଲା ଚାଳିତ ପାୱାର ପ୍ଲାଣ୍ଟ । ଦେଶରେ ଫସିଲ ଫ୍ୟୁଏଲ ବା ଜୈବ ଇନ୍ଧନର ବ୍ୟବହାର ଉପରେ ରୋକ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଛି ସମସ୍ତ ଜୈବ ଇନ୍ଧନରେ ପରିଚାଳିତ ପ୍ଲାଣ୍ଟ । ଶୁକ୍ରବାର ବନ୍ଦ ହୋଇଥିବା ଏହି ପ୍ଲାଣ୍ଟ ହେଉଛି ମେଲାକ ପାୱାର ପ୍ଲାଣ୍ଟ । ଯାହା ଦୀର୍ଘ 34 ବର୍ଷ ହେବ ସ୍ଥାନୀୟ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଇଆସୁଛି ।
ବନ୍ଦ ହେଲା ଅଷ୍ଟ୍ରିଆର ଶେଷ ପାୱାର ପ୍ଲାଣ୍ଟ - ଅଷ୍ଟ୍ରିଆ
ଅଷ୍ଟ୍ରିଆରେ ପ୍ରାକୃତିକ ଶକ୍ତି ସମ୍ବଳର ସୁରକ୍ଷା ପାଇଁ ବନ୍ଦ ହୋଇଛି ଦେଶର ଶେଷ କୋଇଲା ଚାଳିତ ପାୱାର ପ୍ଲାଣ୍ଟ । ଦେଶରେ ଫସିଲ ଫ୍ୟୁଏଲ ବା ଜୈବ ଇନ୍ଧନର ବ୍ୟବହାର ଉପରେ ରୋକ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଛି ସମସ୍ତ ଜୈବ ଇନ୍ଧନରେ ପରିଚାଳିତ ପ୍ଲାଣ୍ଟ ।

ଜୈବ ଇନ୍ଧନର ନିଜସ୍ବ କୌଣସି ସମ୍ବଳ ନଥିବା ସତ୍ତ୍ବେ ଏଠାରେ ଅନେକ ପାୱାର ପ୍ଲାଣ୍ଟ ରହିଛି । ଯାହା ତୈଳ ଓ ଇନ୍ଧନର ବ୍ୟବହାରରେ ଦୀର୍ଘ ବର୍ଷ ଧରି ପରିଚାଳିତ ହୋଇଆସୁଥିଲା । ତେବେ ଏହି ଜୈବିକ ସମ୍ବଳକୁ ବଞ୍ଚାଇବା ପାଇଁ 2030 ଯାଏଁ ଦେଶର ସମସ୍ତ ପାୱାର ପ୍ଲାଣ୍ଟକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ପ୍ରତିବଦଳରେ ଆଗାମୀ ଦିନରେ ନବୀକରଣ ଯୋଗ୍ୟ ସମ୍ବଳର ବ୍ୟବହାରରେ ଶକ୍ତି ଉତ୍ପାଦନ ହେବା ନେଇ ସୂଚନା ଦେଇଛନ୍ତି ସରକାର ।
ୟୁରୋପରେ ଅଷ୍ଟ୍ରିଆ ହେଉଛି ଅଷ୍ଟମ ଦେଶ ଯେଉଁଠାରେ ଜୈବିକ ଇନ୍ଧନର ବ୍ୟବହାରକୁ ବନ୍ଦ କରାଯାଇଛି । ଯାହାର ଉଦ୍ଦେଶ୍ୟ ହେଉଛି ଆଗାମୀ ଦିନରେ ଏହି ପ୍ରାକୃତିକ ଶକ୍ତିର ସୁରକ୍ଷା କରିବା ଓ ଏହାର ଅପଚୟକୁ ରୋକିବା ।