ଓଡିଶା

odisha

ETV Bharat / international

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ କୋଭିଡ୍ ଟେଷ୍ଟ କଲେ ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ - ସ୍କଟ ମୋରିସନ୍ କଲେ କୋରୋନା ଟେଷ୍ଟ

ମଙ୍ଗଳବାର ନିଜ କୋଭିଡ ଟେଷ୍ଟ କରାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍(Prime Minister Scott Morrison) । ନିକଟରେ ସେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା । ଅଧିକ ପଢନ୍ତୁ

ସଂକ୍ରମିତଙ୍କ ସଂସ୍ଫର୍ଶରେ ଆସିବା ପରେ କୋଭିଡ୍ ଟେଷ୍ଟ କଲେ ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ସଂକ୍ରମିତଙ୍କ ସଂସ୍ଫର୍ଶରେ ଆସିବା ପରେ କୋଭିଡ୍ ଟେଷ୍ଟ କଲେ ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

By

Published : Dec 15, 2021, 10:02 AM IST

Updated : Dec 15, 2021, 11:01 AM IST

କାନବେରା: କୋଭିଡ ଟେଷ୍ଟ କରିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍(Prime Minister Scott Morrison) । ବିଶ୍ବବ୍ୟାପୀ ଓମିକ୍ରନ ଭୟାବହତା ମଧ୍ୟରେ ମଙ୍ଗଳବାର ପିଏମ୍ ମୋରିସନ ନିଜ କୋଭିଡ୍ ଟେଷ୍ଟ କରାଇଛନ୍ତି । ଯାହା ସୂଚନା ରହିଛି ଗତ ଶୁକ୍ରବାର ପିଏମ୍ ଏକ ସ୍କୁଲର ସ୍ନାତକ ସମାରୋହରେ( school graduation ceremony) ସାମିଲ ହୋଇଥିଲେ । ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋରିସନ୍ ମଧ୍ୟ ନିଜର ଟେଷ୍ଟ କରାଇଛନ୍ତି ।

ପିଏମ ମୋରିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୋରିସନ ସଂକ୍ରମିତଙ୍କ ସଂସ୍ପର୍ଶରେ(casual contact) ଆସିଥିବା ନ୍ୟୁ ସାଉଥ ୱେଲ୍ସ (NSW) କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି । ହେଲେ ତାଙ୍କର ଦୁଇଟି କୋଭିଡ-୧୯ PCR(polymerase chain reaction) ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ତେଣୁ ସେ ଆଇସୋଲେସନରେ ରହିବା ଜରୁରୀ ନୁହେଁ ବୋଲି NSW ସ୍ବାସ୍ଥ୍ୟ ଏବଂ ମୁଖ୍ୟ ଚିକିତ୍ସାଧୀକାରୀ ପରାମର୍ଶ ଦେଇଛନ୍ତି ।

ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋରିସନ ଆଜି(ବୁଧବାର) କୁଇନ୍ସଲ୍ୟାଣ୍ଡ(Queensland) ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

@ANI

Last Updated : Dec 15, 2021, 11:01 AM IST

ABOUT THE AUTHOR

...view details