ଓଡିଶା

odisha

ସଂସଦରେ ଦୁଷ୍କର୍ମ ଅଭିଯୋଗ, କ୍ଷମା ପ୍ରାର୍ଥନା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

By

Published : Feb 16, 2021, 7:39 PM IST

2 ବର୍ଷ ପୂର୍ବେ ସଂସଦ କାର୍ଯ୍ୟାଳୟରେ ଜଣେ କର୍ମୀ ତାଙ୍କ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ମଙ୍ଗଳବାର କ୍ଷମା ମାଗିଛନ୍ତି। ଅଧିକ ପଢନ୍ତୁ...

କ୍ଷମା ପ୍ରାର୍ଥନା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
କ୍ଷମା ପ୍ରାର୍ଥନା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ: ଦୁଇ ବର୍ଷ ପୂର୍ବେ ସଂସଦ କାର୍ଯ୍ୟାଳୟରେ ଜଣେ କର୍ମୀ ତାଙ୍କ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ମଙ୍ଗଳବାର କ୍ଷମା ମାଗିଛନ୍ତି। ସୋମବାର ଏକ ଟେଲିଭିଜନ ସାକ୍ଷାତକାରରେ ପୂର୍ବତନ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ଯେ 2019 ନିର୍ବାଚନର କିଛି ସପ୍ତାହ ପୂର୍ବରୁ ତତ୍କାଳୀନ ପ୍ରତିରକ୍ଷା ଶିଳ୍ପ ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସଙ୍କ କାର୍ଯ୍ୟାଳୟରେ ଜଣେ ସହକର୍ମୀ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ସେ ଦାବି କରିଛନ୍ତି ଯେ ସେହି ସମୟରେ ସେ ତାଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ସହକର୍ମୀଙ୍କ ଠାରୁ ଆବଶ୍ୟକ ସମର୍ଥନ ପାଇନାହାଁନ୍ତି। ତେବେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କ ପରିଚୟ ଜଣାପଡି ନାହିଁ କିନ୍ତୁ ତାଙ୍କୁ ବରଖାସ୍ତ କରାଯାଇଛି। ରେନୋଲ୍ଡସଙ୍କ ମିଡିଆ ପରାମର୍ଶଦାତା ଥିବା ଏହି ପୂର୍ବତନ ମହିଳା କର୍ମୀ କହିଛନ୍ତି ଯେ ଚାକିରୀ ହରାଇବା ଡରରେ ସେ ପୋଲିସରେ ଅଭିଯୋଗ କରିନାହାଁନ୍ତି।

ପୀଡିତାଙ୍କ ପ୍ରକାଶ ପରେ ମୋରିସନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ହେବା ଉଚିତ୍ ନୁହେଁ ଓ ଏହାକୁ ନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ବରେ ଥିବା ରେନୋଲ୍ଡସ୍ ମଧ୍ୟ ମହିଳାଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ମନ୍ତ୍ରୀ ସେତେବେଳେ ତାଙ୍କ 24 ବର୍ଷ ବୟସ୍କା କର୍ମୀଙ୍କୁ ସହାୟତା କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details