ଓଡିଶା

odisha

By

Published : May 7, 2021, 9:43 AM IST

ETV Bharat / international

ବ୍ରାଜିଲରେ ଗୁଳି ବିନିମୟ, 25 ମୃତ

ବ୍ରାଜିଲର ରିଓ ଡି ଜେନେରିଓରେ ଏକ ଫେଭେଲାରେ ପୋଲିସ ଏବଂ ଡ୍ରଗ୍ ବେପାରୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅତି କମରେ 25 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି ।

ରିଓ ଡି ଜେନେରିଓ ଫେଭେଲାରେ ଗୁଳି ବିନିମୟ,  25 ମୃତ
ରିଓ ଡି ଜେନେରିଓ ଫେଭେଲାରେ ଗୁଳି ବିନିମୟ, 25 ମୃତ

ବ୍ରାଜିଲ:ବ୍ରାଜିଲର ରିଓଡି ଜେନେରିଓରୋ ପୋଲିସ ଓ ଡ୍ରଗ୍ସ ବେପାରୀ ମଧ୍ୟରେ ଗୁଳି ବିନିମୟ । ଏଥିରେ ଅତି କମରେ 25 ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ 4 ଜଣ ଆହତ ହୋଇଥିବା ଜଣାପଡିଛି । ଆସୋସିଏଟେଡ୍ ପ୍ରେସ ଏକ ବାର୍ତ୍ତାରେ 24 ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ ନିଶ୍ଚିତ କରିଥିଲା ।

ରିଓ ଡି ଜେନେରିଓ ଫେଭେଲାରେ ଗୁଳି ବିନିମୟ, 25 ମୃତ
ରିଓ ଡି ଜେନେରିଓ ଫେଭେଲାରେ ଗୁଳି ବିନିମୟ, 25 ମୃତ

ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ, ପୋଲିସକୁ ଦେଖି ସେଠାରେ ଲୋକେ ଖସି ଯିବାକୁ ଚେଷ୍ଟା କରିଥିଲେ ହେଲେ ବିଫଳ ହୋଇଥିଲେ । ଏପଟେ ଜଣେ ନିରୀହ ଲୋକକୁ ପୋଲିସ ହତ୍ୟା କରିଥିବା ଲୋକେ ଅଭିଯୋଗ ଆଣିଛନ୍ତି ।

ଏନେଇ ରିଏର ସିଭିଲ ପୋଲିସର ଜଣେ ଅଧିକାରୀ ନିର୍ଯାତନା ଦିଆଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି । ଏଥିରେ କୌଣସି ସନ୍ଧିଗ୍ଧ ବ୍ୟକ୍ତି ନିହତ ହୋଇନାହାନ୍ତି ସେମାନେ ସମସ୍ତେ ଅପରାଧି ଥିଲେ । ଯେଉଁମାନେ ଆମ ପୋଲିସ ଅଧିକାରୀଙ୍କ ଜୀବନ ନେବାକୁ ଚେଷ୍ଟା କରିଥିଲେ ଏବଂ ଫଳରେ ଗୁଳି ଚାଳନା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପରେ ପୋଲିସ 6 ଜଣଙ୍କୁ ଗିରଫ କରିବା ସହ 16ଟି ପିସ୍ତଲ, 6 ଟି ରାଇଫଲ, 12ଟି ଗ୍ରେନେଡ ଏବଂ ବନ୍ଧୁକ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details