ଲଣ୍ଡନ: କୋରୋନା ମହାମାରୀ ସହ ଲଢିବା ପାଇଁ ଇଂଲଣ୍ଡରେ ଜାରି ହୋଇଛି କିଛି କଟକଣା । ଯେଉଁଥିରୁ ଗୋଟିଏ ହେଉଛି ଦୋକାନଗୁଡିକୁ ଯିବାକୁ ହେଲେ ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୀତି । ଚଳିତ ସପ୍ତାହରୁ ଲାଗୁ ହେବାକୁ ଥିବା ଏହି କଟକଣାକୁ ଅନେକ ବ୍ୟବସାୟୀ ବିରୋଧ କରିଥିବା ବେଳେ ସୋମବାର ସ୍ଥାନୀୟ ହାଇଡ ପାର୍କରେ ଏକତ୍ରିତ ହୋଇଛନ୍ତି ପ୍ରାୟ 100 ବିକ୍ଷୋଭକାରୀ ।
ଏହା ପୂର୍ବରୁ ସ୍କଟଲାଣ୍ଡରେ ଏହି ନିୟମ ଲାଗୁ କରାଯାଇଛି । ଯାହା ଆସନ୍ତା ଜୁଲାଇ 24ରୁ ଇଂଲଣ୍ଡରେ ଲାଗୁ ହେବା ନେଇ ଘୋଷଣା ହୋଇଛି । ତେବେ ଏହି ନିୟମ ଅନୁଯାୟୀ ଯଦି କୌଣସି ଦୋକାନରେ କୌଣସି ଗ୍ରାହକ ବିନା ମାସ୍କରେ ଦେଖାଯାଆନ୍ତି, ତେବେ ସେମାନଙ୍କୁ ସେହି ଦୋକାନରୁ ବାହାରକୁ ଯିବାକୁ ପଡିବ କିମ୍ବା 100 ପାଉଣ୍ଡର ତଣ୍ଡ ଗଣିବାକୁ ହେବ । ସେପଟେ ଏହି ନିୟମକୁ ବିରୋଧ କରି ବିକ୍ଷୋଭକାରୀମାନେ ପାଟି ଦେଖାଯିବା ଭଳି ମାସ୍କକୁ ଚିରି ମୁହଁରେ ପିନ୍ଧିଥିବା ଦେଖାଯାଇଥିଲା ।
ଆନ୍ଦୋଳନରେ ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଉଥିବା ଦେଖାଯାଇଥିଲା । ଏଥିରେ ସେମାନେ ନିୟମକୁ ବିରୋଧ କରି କହିଥିଲେ କି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ଏବଂ ଏହା ଆଗାମୀ ଦିନରେ ସାଧାରଣ ଜୀବନର ଅଂଶ ପାଲଟିପାରିବ ନାହିଁ । ଏଥିସହ ଅନ୍ୟ ଜଣେ ବିକ୍ଷୋଭକାରୀଙ୍କ ଟିସାର୍ଟରେ ମାନବ ଅଧିକାର ବଞ୍ଚାଇବା ସହ 5ଜି ଓ ଟୀକାକରଣକୁ ମନା କରୁଥିବା ଲେଖା ରହିଥିବା ଦେଖାଯାଇଥିଲା । ସେପଟେ ଅନ୍ୟ ଜଣେ ମହିଳାଙ୍କ ଟିସାର୍ଟରେ ସମସ୍ତ ପ୍ରସଙ୍ଗଙ୍କୁ ନେଇ ପ୍ରଶ୍ନ କରିବା ପାଇଁ ଲେଖାଯାଇଥିଲା ।
ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ଏହି ନୂଆ ନିୟମକୁ ମାନିବା ପାଇଁ ଲୱୋକେ ବାଧ୍ୟ ବୋଲି ସରକାର ନାରା ଦେଉଥିବା ବେଳେ ସାଧାରଣ ଲୋକେ ସରକାରଙ୍କ ଏପରି ଆଚରଣକୁ ବିରୋଧ କରିଛନ୍ତି । ତେଣେ ବ୍ୟବସାୟୀମାନେ ଏହାକୁ ବିରୋଧ କରି କହିଛନ୍ତି କି ସେମାନେ ଦିନ ତମାମ ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ ଏହି ମାସ୍କ ବାଧ୍ୟତାମୂଳକ ନିୟମ ସେମାନଙ୍କ ପାଇଁ ପ୍ରଥମେ ବାଧ୍ୟତାମୂଳକ ରହିବା କଥା । କିନ୍ତୁ ସରକାର ଏହାର ଠିକ୍ ବିପରୀତ ଅର୍ଥାତ ଗ୍ରାହକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଯାହାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହି ।
@IANS