ଓଡିଶା

odisha

ETV Bharat / international

ଜର୍ମାନ ଚାନ୍ସେଲରଙ୍କୁ କ୍ୟାମେରା ଡର ! - ଜର୍ମାନ ଚାନ୍ସେଲର

ପ୍ରଥମେ ମର୍କେଲଙ୍କ ଥରୁଥିବା ଭିଡିଓ ଭାଇରାଲ ହେବା ପରେ ଏବେ ଗଣମାଧ୍ୟମର କ୍ୟାମେରାକୁ ଦେଖି ଚକିତ ହେବା ଭିଡିଓ ଭାଇରାଲ ହୋଇଛି । 65 ବର୍ଷିୟା ଜର୍ମାନ ଚାନ୍ସେଲରଙ୍କ ଶିହରଣ ଭିଡିଓ 2 ଥର ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ-ଏଏନଆଇ ଟ୍ବିଟର

By

Published : Jun 29, 2019, 9:20 AM IST

ଓସାକା: ସାରା ବିଶ୍ବର ନଜର ବର୍ତ୍ତମାନ ଜାପାନର ଓସାକାରେ ଚାଲିଥିବା ଜି20 ସମ୍ମିଳନୀ ଉପରେ ରହିଛି । ସାରା ବିଶ୍ବର ହେଭିୱେଟ ନେତାଙ୍କ ଭିଡ ଏଠାରେ ଲାଗିଛି । ତେବେ ଏହି ସମ୍ମିଳନୀରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ।

ଭିଡିଓ ସୌଜନ୍ୟ-ଏଏନଆଇ ଟ୍ବିଟର

ପ୍ରଥମେ ମର୍କେଲଙ୍କ ଥରୁଥିବା ଭିଡିଓ ଭାଇରାଲ ହେବା ପରେ ଏବେ ଗଣମାଧ୍ୟମର କ୍ୟାମେରାକୁ ଦେଖି ଚକିତ ହେବା ଭିଡିଓ ଭାଇରାଲ ହୋଇଛି । ଜି-୨୦ ବୈଠକରେ ଜର୍ମାନ ଚାନ୍ସେଲର ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ସମୟରେ କିଛି ଏପରି ଘଟିଥିଲା ଯାହା ସେଠାରେ ଉପସ୍ଥିତ ସମସ୍ତ ନେତା ଓ ପ୍ରତିନିଧିଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ ମର୍କେଲଙ୍କ ସେଠାରେ ଲାଗିଥିବା କ୍ୟାମେରା ଉପରେ ନଜର ପଡିଥିଲା । ଯାହା ଦେଖି ସେ ଚକିତ ହୋଇଥିଲେ । ଉଭୟଙ୍କ ଆଲୋଚନାର କ୍ୟାମେରା ରେକର୍ଡିଂ ହେଉଥିବା ଦେଖି ସେ ହଠାତ ଚମକି ପଡି ଅନାଇଥିଲେ । ଖୁବ ଆଶ୍ଚର୍ଯ୍ୟଚକିତ ଭଙ୍ଗୀରେ ସେ ୨ ଥର କ୍ୟାମେରାକୁ ଚାହିଁଥିଲେ । ପରେ ସେ ହସି ଦେଇ କଥାବାର୍ତ୍ତା‌ ଜାରି ରଖିଥିଲେ ।

ତେବେ ମର୍କେଲଙ୍କ ଏହି ଭିଡିଓ ଏବେ ସାରା ବିଶ୍ବରେ ଚର୍ଚ୍ଚାର ଖୋରାକ ଯୋଗାଇଛି । କିଛିଦିନ ତଳେ ଜି20 ସମ୍ମିଳନୀକୁ ଆସିବା ପୂର୍ବରୁ ମର୍କେଲଙ୍କ ଥରିବା ଭିଡିଓ ଗଣମାଧ୍ୟମରେ ପ୍ରମୁଖ ବିଷୟ ପାଲଟିଥିଲା । 65 ବର୍ଷିୟା ଜର୍ମାନ ଚାନ୍ସେଲରଙ୍କ ଶିହରଣ ଭିଡିଓ ପୂର୍ବରୁ 2 ଥର ଭାଇରାଲ ହୋଇଛି । ଆଉ ଏବେ କ୍ୟାମେରାକୁ ଦେଖି ଚକିତ ହେବା ତାଙ୍କ ସ୍ବାସ୍ଥ୍ୟ ଓ ଶାରୀରିକ ଦକ୍ଷତା ତଥା ମାନସିକ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜି 20 ଭଳି ସମ୍ମିଳନୀରେ ବଡ ବଡ ନେତାଙ୍କ ଆଲୋଚନାର ରେକର୍ଡିଂ ହେବା ସ୍ବାଭାବିକ । ହେଲେ ଏହାକୁ ଦେଖି ଚକିତ ହେବା ନିଶ୍ଚିତ ଭାବେ ଏକ ଚର୍ଚ୍ଚାର ବିଷୟ । ତେବେ ଏହା ଉପରେ ଜର୍ମାନ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ABOUT THE AUTHOR

...view details