ଓଡିଶା

odisha

ETV Bharat / international

ମାରିଆପୁଲରେ ଗଦା ଗଦା ମୃତଦେହ, ଦିଆଯାଉଛି ଗଣକବର - ୟୁକ୍ରେନରେ ଋଷ ଆକ୍ରମଣ

ଋଷ ଆକ୍ରମଣରେ ଭଗ୍ନସ୍ତୁପରେ ପରିଣତ ହୋଇଛି ୟୁକ୍ରେନର ଅନେକ ସହର । ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ଯୋଗୁଁ ଅଲଗା ଅଲଗା କବର ଦେବା ସମ୍ଭବ ହେଉନାହିଁ । ତେଣୁ ଗୋଟିଏ ଲମ୍ବା ଗାତ ଖୋଳି ମୃତଦେହକୁ ପୋତିଛି ପ୍ରଶାସନ । ଅଧିକ ପଢନ୍ତୁ

ମାରିଆପୁଲରେ ଗଦା ଗଦା ମୃତଦେହ, ଦିଆଯାଉଛି ଗଣକବର
ମାରିଆପୁଲରେ ଗଦା ଗଦା ମୃତଦେହ, ଦିଆଯାଉଛି ଗଣକବର

By

Published : Mar 11, 2022, 1:03 PM IST

Updated : Mar 11, 2022, 1:22 PM IST

କିଭ୍: ଋଷ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ୟୁକ୍ରେନ। କିଭ୍, ଖାର୍କିଭ ଓ ମାରିଆପୁଲ ଭଳି ଦେଶର ବୃହତ ସହର ଭଗ୍ନସ୍ତୁପ ପାଲଟିଛି । ଘନଘନ ଗୁଳି ବର୍ଷା ଓ କ୍ଷେପଣାସ୍ତ୍ର ମାଡ ମଧ୍ୟରେ ସବୁଠି କେବଳ ମୃତ୍ୟୁର ହାହାକାର । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ସୈନିକଙ୍କ ସମେତ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଦେଶର ବନ୍ଦର ସହର ମାରିଆପୁଲରେ ଲାସ୍‌ର ପାହାଡ ଛିଡା ହୋଇଛି । ମୃତକଙ୍କ ସଂଖା ଏତେ ଅଧିକ ଯେ ଲୋକଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ କବର ଦେବା ସମ୍ଭବ ହେଉନାହିଁ । ତେଣୁ ବାଧ୍ୟ ହୋଇ ସ୍ଥାନୀୟ ପ୍ରଶାସନ ଗଣକବର ଦେଉଛନ୍ତି ।

ଗଦା ଗଦା ମୃତଦେହଗୁଡିକୁ ଗୋଟିଏ ଜାଗାରେ ପୋତାଯାଉଛି । ସିଟି ୱାର୍କରମାନେ କାର୍ପେଟ ଏବଂ ବ୍ୟାଗରେ ମୃତଦେହଗୁଡିକୁ ଆବୃତ କରି ସହରର ଉପକଣ୍ଠରେ ୨୫ ମିଟର ଲମ୍ବ ଗଭୀର ଗାତ ଖୋଳି ସେଠାରେ ଏହାକୁ ପୋତୁଛନ୍ତି । ମଙ୍ଗଳବାର ଦିନ ଗୋଟିଏ କବରରେ ୭୦ରୁ ଅଧିକ ମୃତଦେହ ପୋତାଯାଇଥିବା ଏକ ନ୍ୟୁଜ ରିପୋର୍ଟରେ କୁହାଯାଇଛି । ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ବ୍ୟକ୍ତି ସହରରେ ଋଷ ସେନାର ଗୁଳିଗୋଳା ଓ ବୋମାମାଡରେ ପ୍ରାଣ ହରାଇଥିବା ଜଣାପଡିଛି ।

ସେହିପରି ପ୍ରାକୃତିକ କାରଣ ଯୋଗୁଁ ଘରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ମଧ୍ୟ ଅଲଗା କବର ଦେବା ସମ୍ଭବ ହେଉନାହିଁ । ତେଣୁ ସମସ୍ତଙ୍କୁ ସାମୂହିକ ଭାବେ କବର ଦିଆଯାଉଛି । ପ୍ରକାଶ ଥାଉ କି, ଗତ ୨ରୁ ୩ ଦିନ ମଧ୍ୟରେ ମାରିଆପୁଲରେ ୮ଟି ବଡ ଏୟାର ଷ୍ଟ୍ରାଇକ ହୋଇଛି । ଯାହମଧ୍ୟରେ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଏବଂ କେନ୍ଦ୍ରୀୟ ଅଗ୍ନିଶମ ବିଭାଗ ମଧ୍ୟ ରହିଛି ।

Last Updated : Mar 11, 2022, 1:22 PM IST

ABOUT THE AUTHOR

...view details