ଓଡିଶା

odisha

By

Published : Jul 19, 2020, 1:19 AM IST

ETV Bharat / international

ସୋସିଆଲ ମିଡିଆରେ ଗାଳିଗୁଲଜ ରୋକିବ ଏହି ଏଆଇ ଅଧିକୃତ ଆପ୍‌

ସୋସିଆଲ ମିଡିଆରେ ବୁଲିଂ ଓ ଟ୍ରୋଲିଂ ରୋକିବାରେ ଏହା ଏକମାତ୍ର ଆପ୍‌ । ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଆପ୍‌ରେ ଅତ୍ୟାଧୁନିକ ଓ ଦକ୍ଷତାପୂର୍ଣ୍ଣ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ହୋଇଥିବା ଜଣା ପଡିଛି । ବର୍ତ୍ତମାନ ଏହି ଆପ୍‌ଟି ମାଗଣା ରହିଥିବା ବେଳେ ୟୁଜର୍ସ ଏହାରୁ ଗୁଗୁଲପ୍ଲେରୁ ସହଜରେ ଡାଉନଲୋଡ କରିପାରିବେ ।

bullstop, bullstop latest news, anti cyberbullying app, latest technology news, ବୁଲଷ୍ଟପ, ବୁଲଷ୍ଟପ ଲାଟେଷ୍ଟ ନ୍ୟୁଜ୍‌, ଆଣ୍ଟି ସାଇବର ବୁଲିଂ ଆପ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ସୋସିଆଲ ମିଡିଆରେ ଗାଳିଗୁଲଜ ରୋକିବ ଏହି ଏଆଇ ଅଧିକୃତ ଆପ୍‌

ଲଣ୍ଡନ: ସୋସିଆଲ ମିଡିଆରେ ଗାଳିଗୁଲଜ ଓ ଅନ୍ୟଙ୍କ ଟ୍ରୋଲିଂ ଆଦି ଆଜିକା ଦିନରେ ଅତି ସାଧାରଣ ଘଟଣା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେପରି କୌଣସି ପ୍ରତିବନ୍ଧକ ନଥିବାରୁ ୟୁଜର୍ସ ସାଇବର ବୁଲିଂ ଓ ଟ୍ରୋଲିଂର ଶିକାର ଅତି ସହଜରେ ହୋଇପାରନ୍ତି । ଏମିତିରେ ୟୁଜର୍ସଙ୍କୁ ସୋସିଆଲ ମିଡିଆରେ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଉପାୟର ଚିନ୍ତା କରିଛନ୍ତି ୟୁକେର ଆଷ୍ଟନ ୟୁନିଭର୍ସିଟିର ବୈଜ୍ଞାନିକ । ଏହି ଆପ୍‌ର ନାମ ରହିଛି ‘ବୁଲଷ୍ଟପ’ ।

ସୋସିଆଲ ମିଡିଆରେ ବୁଲିଂ ଓ ଟ୍ରୋଲିଂ ରୋକିବାରେ ଏହା ଏକମାତ୍ର ଆପ୍‌ । ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଆପ୍‌ରେ ଅତ୍ୟାଧୁନିକ ଓ ଦକ୍ଷତାପୂର୍ଣ୍ଣ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ହୋଇଥିବା ଜଣା ପଡିଛି । ବର୍ତ୍ତମାନ ଏହି ଆପ୍‌ଟି ମାଗଣା ରହିଥିବା ବେଳେ ୟୁଜର୍ସ ଏହାରୁ ଗୁଗୁଲପ୍ଲେରୁ ସହଜରେ ଡାଉନଲୋଡ କରିପାରିବେ । ଅନ୍ୟ ଆପ୍‌ ତୁଳନାରେ ଏହି ଆପ୍‌ରେ ଏଆଇର ବ୍ୟବହାର ଏହାକୁ ଭିନ୍ନ କରାଏ । ଏନେଇ ସୂଚନା ଦେଇଛନ୍ତି ଏହି ଆପ୍‌କୁ ଡିଜାଇନ କରିଥିବା ବୈଜ୍ଞାନିକ ସେମିଉ ସଲାୱୁ । ପ୍ଲେ ଷ୍ଟୋରରେ ଏପରି ଅନେକ ଆପ୍‌ ନଜରକୁ ଆସିବେ ସତ ହେଲେ ଏହି ବୁଲଷ୍ଟପ ଆପ୍‌ରେ କେତେକ ସାଧାରଣ କିୱାର୍ଡ ଦ୍ବାରା ବୁଲିଂ ଓ ଟ୍ରୋଲିଂକୁ ସହଜରେ ଧରା ଯାଇପାରିବ ।

ଏହି ଆପ୍‌ରେ ବ୍ୟବହୃତ ଏଆଇକୁ ପ୍ରାୟ 60,000 ଟ୍ବିଟ ଦ୍ବାରା ଆକ୍ରମଣାତ୍ମକ, ହିଂସାତ୍ମକ, ଅପମାନଜନକ ଓ ଅସଭ୍ୟ ଭାଷା ଯୁକ୍ତ ଟ୍ବିଟ ଖୋଜିବା ଶିଖାଯାଇଛି । ବିଭାଜିକରଣ ହେଉଥିବା କ୍ଲାଉଡ ଅଧିକୃତ ଗଠନାତ୍ମକ ଶୈଳୀ ଏହି ଆପ୍‌କୁ ଭିନ୍ନ କରାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ଆପ୍‌ର ବ୍ୟବହାର ଦ୍ବାରା ଜଣେ ୟୁଜରଙ୍କ ଆକାଉଣ୍ଟକୁ ସ୍କାନ କରାଯାଇ ଆକାଉଣ୍ଟକୁ ଆସୁଥିବା ଅପଶବ୍ଦ ବା ଗାଳିଗୁଲଜ ଓ ଅପମାନଜନକ ଇନକମିଂ ମେସେଜକୁ ଟ୍ରାକ କରାଯାଇପାରେ । ଏହାପରେ ସିଲେକ୍ଟ ହୋଇଥିବା ମେସେଜଗୁଡିକୁ ଆପ୍‌ ଡିଲିଟ କରି ସମ୍ପୃକ୍ତ ୟୁଜର୍ସଙ୍କୁ ଏକ ଚେତାବନୀପୂର୍ଣ୍ଣ ମେସେଜ ପଠାଇବ ।

ତେବେ ଡିଲିଟ ହୋଇଥିବା ମେସେଜ ସବୁର ଏକ କପି ସୁରକ୍ଷିତ ରହିବ । ଯାହାକୁ ୟୁଜର୍ସ ନିଜ ଇଚ୍ଛା ମୁତାବକ ରଖି ପାରିବେ କିମ୍ବା ସମ୍ପୂର୍ଣ୍ଣ ଡିଲିଟ ମଧ୍ୟ କରିପାରିବେ । ଏହି ଆପ୍‌ଟି ବର୍ତ୍ତମାନ ଟ୍ବିଟରକୁ ସପୋର୍ଟ କରୁଛି । ପରୀକ୍ଷାମୂଳକ ଭାବେ ଟ୍ବିଟରରେ ଏହାର ବ୍ୟବହାର ଜାରି ରହିଛି । ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ସୋସିଆଲ ମିଡିଆ ଆପ୍‌ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

@IANS

ABOUT THE AUTHOR

...view details