ଓଡିଶା

odisha

By

Published : Mar 13, 2022, 5:03 PM IST

ETV Bharat / international

Russia Missile Attack on Ukaraine: ୪୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଆକ୍ରମଣକୁ ଆହୁରୀ ତୀବ୍ରତର କଲା ଋଷ । କିଭ୍‌ ଦଖଲ କରିବା ଲାଗି ରାଷ୍ଟ୍ରପତି ପୁଟିନ ସବୁ ରଣ କୌଶଳ ଲଗାଇ ଦେଇଛନ୍ତି । ଅଧିକ ପଢନ୍ତୁ

Russia Missile Attack on Ukaraine: ୪୪ରେ ପହଞ୍ଚିଲା ମୃତଙ୍କ ସଂଖ୍ୟା
Russia Missile Attack on Ukaraine: ୪୪ରେ ପହଞ୍ଚିଲା ମୃତଙ୍କ ସଂଖ୍ୟା

କିଭ୍‌: ଆକ୍ରମଣକୁ ଆହୁରୀ ତୀବ୍ରତର କଲା ଋଷ । କିଭ୍‌ ଦଖଲ କରିବା ଲାଗି ରାଷ୍ଟ୍ରପତି ପୁଟିନ ସବୁ ରଣ କୌଶଳ ଲଗାଇ ଦେଇଛନ୍ତି । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁ ଦିଗରୁ ଘମାଘୋଟ ଆକ୍ରମଣ ଜାରି ରଖିଛନ୍ତି ଋଷୀୟ ସେନା ।

ସେହିପରି ଆଜି ପଶ୍ଚିମ ୟୁ୍କ୍ରେନରେ ଥିବା ସାମରିକ ଘାଟି ଆକ୍ରମଣ ପରେ ଏବେ ଦକ୍ଷିଣରେ ଯୁ୍କ୍ରେନର ଏୟାର ଷ୍ଟ୍ରାଇକ୍‌ କରିଛି ଋଷ । ତେବେ ସାମରିକ ଘାଟି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଦକ୍ଷିଣ ୟୁକ୍ରେନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ୟୁକ୍ରେନର ଦକ୍ଷିଣାଞ୍ଚଳରେ ଥିବା ମାଇକୋଲାଇଭ୍ ସହରରେ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଛି ।

ଏହା ବି ପଢନ୍ତୁ:Russia Ukraine War: ସାମରିକ ଘାଟିରେ ରକେଟ୍‌ ମାଡ, ୩୫ ମୃତ

ତେବେ ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଭର୍ଣ୍ଣର ଭିଟାଲୀ କିମ୍ କହିଛନ୍ତି । ଏଥିସହ ଆଜି ହୋଇଥିବା ବିଭିନ୍ନ ସହରର ଆକ୍ରମଣରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

@ANI

ABOUT THE AUTHOR

...view details