ଓଡିଶା

odisha

ETV Bharat / international

ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ... - ଅର୍ବେଜ ହୋଟେଲ

ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ସୀମା ସ୍ଥିତ ଲାକ୍ବୋର ଅଞ୍ଚଳରେ ରହିଛି ହୋଟେଲ୍। ଏହି ହୋଟେଲ ଦୁଇ ଦେଶ ମଧ୍ୟରେ ଅବସ୍ଥିତ । ଅଧିକ ପଢନ୍ତୁ...

ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ..
ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ..

By

Published : Dec 28, 2019, 11:24 PM IST

ଫ୍ରାନ୍ସ: ବିଶ୍ବରେ ଏମିତି ଅନେକ ହୋଟେଲ୍ ରହିଛି ଯାହାର ସ୍ବତନ୍ତ୍ର ପରିଚୟ ରହିଥାଏ । ଏହା ଦେଖିବାକୁ ଯେମିତି ସୁନ୍ଦର ସେତିକି ବିଳାସପୂର୍ଣ୍ଣ ମଧ୍ୟ । କିନ୍ତୁ ଆପଣ ଏମିତି କୌଣସି ହୋଟେଲ ସମ୍ପର୍କରେ ଜାଣିଛନ୍ତି କି ଯେଉଁଠି ଆପଣ କଡ ଲେଉଟାଇଲେ ଗୋଟିଏ ଦେଶର ଲୋକ ଅନ୍ୟ ଏକ ଦେଶରେ ପହଞ୍ଚିଥାଆନ୍ତି ।

ହଁ ଆଜ୍ଞା ଏମିତି ଏକ ହୋଟେଲ ରହିଛି ଯାହାର ନାଁ ଅର୍ବେଜ ହୋଟେଲ । ଏହାକୁ ଫ୍ରାକୋ ହୋଟେଲ ନାମରେ ମଧ୍ୟ ଜଣାଯାଏ । ଏହା ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ସୀମା ସ୍ଥିତ ଲାକ୍ବୋର ଅଞ୍ଚଳରେ ରହିଛି । ଏହି ହୋଟେଲ ଦୁଇ ଦେଶ ମଧ୍ୟରେ ଅବସ୍ଥିତ । ଏଥିପାଇଁ ଏହି ହୋଟେଲର ଦୁଇ ଦୁଇଟି ଠିକଣା ମଧ୍ୟ ରହିଛି ।

ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ..

ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ଦୁଇଟି ଦେଶର ସୀମାରେ ଏହି ହୋଟେଲ ଦେଇ ହିଁ ଗତି କରିଥାଏ । ଏହା ଭିତରକୁ ଗଲେ ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶରେ ପହଞ୍ଚିଯିବେ । ହୋଟେଲର ବିଭାଜନ ଦୁଇ ଦେଶର ସୀମାକୁ ଧ୍ୟାନରେ ରଖି କରାଯାଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହୋଟେଲର ବାର୍ ସ୍ବିଜରଲ୍ୟାଣ୍ଡରେ ଏବଂ ବାଥରୁମ୍ ଫ୍ରାନ୍ସରେ ରହିଛି ।

ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ..

ଏହାର ପ୍ରତିଟି ରୁମ୍ ଦୁଇଟି ଅଂଶରେ ବଣ୍ଟାଯାଇଛି । ରୁମ୍‌ରେ ଥିବା ବେଡ୍ ଏପରି ରଖାଯାଇଛି ଏହାର ଗୋଟିଏ ପାର୍ଶ୍ବ ଫ୍ରାନ୍ସ ଏବଂ ଅନ୍ୟ ପାର୍ଶ୍ବ ସ୍ବିଜରଲ୍ୟାଣ୍ଡରେ ରହିଛି । ଏହାସହ ଏହାର ଦୁଇଟି ତକିଆ ମଧ୍ୟ ଭିନ୍ନଭିନ୍ନ ଦେଶର ରହିଛି ।

ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ..

ଏବେ ହୋଟେଲଟି ଯେଉଁଠି ରହିଛି ସେଠାରେ ପୂର୍ବରୁ ଏକ ଦୋକାନ ଥିଲା । 1921 ମସିହାରେ ଜୁଲ୍ସ-ଜୀନ ଅର୍ବଜେ ନାମକ ଜଣେ ବ୍ୟକ୍ତି ଏହି ଜମିକୁ କିଣି ସେଠାରେ ଏହି ହୋଟେଲ୍ ନିର୍ମାଣ କରିଥିଲେ । ଏହା ଫ୍ରାନ୍ସ ଏବଂ ସ୍ବିଜରଲ୍ୟାଣ୍ଡ ଦୁଇ ଦେଶର ପରିଚୟ ହୋଇସାରିଛି ।

ସ୍ବିଜରଲ୍ୟାଣ୍ଡରେ କଡ ଲେଉଟିଲେ ପହଞ୍ଚିବେ ଫ୍ରାନ୍ସରେ..

ABOUT THE AUTHOR

...view details