ପ୍ୟାରିସ: ୟୁରୋପୀୟ ମହାଦେଶୀୟକୁ ଅସ୍ତବ୍ୟସ୍ତ କରିରଖିଛି କୋଭିଡ-19 । ଇଟାଲୀ ଠାରୁ ଫ୍ରାନ୍ସ ସବୁଠି ମୃତ୍ୟୁର ତାଣ୍ଡବ ରଚୁଛି ମହାମାରୀ କୋରୋନା । ଫ୍ରାନ୍ସରେ ଗତ 24 ଘଣ୍ଟାରେ 833ଟି ମୃତ୍ୟୁବରଣ କରିବା ପରେ ମୋଟ ମୃତ୍ୟୁ ସଂଖ୍ୟା 8,911ରେ ପହଞ୍ଚିଛି ।
ଫ୍ରାନ୍ସରେ 8 ହଜାରରୁ ଊର୍ଦ୍ଧ୍ବ ଜୀବନ ନେଲା କୋରୋନା - ଫ୍ରାନ୍ସରେ ଜୀବନ ନେଲା କୋରୋନା
ୟୁରୋପୀୟ ମହାଦେଶର ଦୁଇ ଦେଶକୁ ଅସ୍ତବ୍ୟସ୍ତ କରିଛି କୋଭିଡ-19 । ଇଟାଲୀ ପରେ ଫ୍ରାନ୍ସରେ କୋରୋନା ତାଣ୍ଡବ । ଅଧିକ ପଢନ୍ତୁ...

ଫ୍ରାନ୍ସରେ 8 ହଜାରରୁ ଊର୍ଦ୍ଧ୍ବ ଜୀବନ ନେଲା କୋରୋନା
ସେହିପରି ସଂକ୍ରମଣରେ ମଧ୍ୟ ରୋକ ଲାଗୁ ନାହିଁ । ଫଳରେ ହସ୍ପିଟାଲ ଓ ନର୍ସିଂରେ ସଂକ୍ରମିତଙ୍କ ସଂଖ୍ୟା 98,010 ରହିଛି । କୋରୋନା ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ୟୁରୋପ ମହାଦେଶର ପ୍ରବେଶ ଦେଶ ଇଟାଲୀ । ଏଠାରେ ମୃତ୍ୟୁ 15887 କୁହାଯାଉଥିଲେ ହେଁ ବାସ୍ତବ ସଂଖ୍ୟା ତା ଠାରୁ ଅଧିକ ବୋଲି ଜଣାପଡିଛି । ଏଠାର ପରିସ୍ଥିତି ଏପରି ହୋଇଛି ଗୋଟିଏ ପରିବାରର ସମସ୍ତେ ସଂକ୍ରମିତ ହୋଇ ପ୍ରାଣ ହାରୁଛନ୍ତି ।
ସେପଟେ, ଚୀନର ଉହାନ ସହରରୁ ଉତ୍ପତ୍ତି ନେଇଥିବା ଏହି ଭାଇରସ ଏବେ 208 ଦେଶକୁ କବଳିତ କରିଛି । ବିଶ୍ବବ୍ୟାପୀ 70 ହଜାର ମୃତ ସାଙ୍ଗକୁ 13 ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି ।