ଦୁବାଇ: ଦୁବାଇ ବସ ଦୁର୍ଘଟଣାରେ ଆଠଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଗତ ଗୁରୁବାର ସନ୍ଧ୍ୟା ସମୟରେ ଦୁବାଇର ଏକ ବସରେ ଯାତ୍ରା କରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଯାହାଫଳରେ ଆଠ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ।
ଦୁବାଇ ବସ ଦୁର୍ଘଟଣାରେ 8 ଭାରତୀୟ ମୃତ - traffic
ଗତ ଗୁରୁବାର ସନ୍ଧ୍ୟା ସମୟରେ ଦୁବାଇର ରସିଦିୟା ନିକଟରେ 31ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଟ୍ରାଫିକ ସିଗନାଲର ଅବମାନନା କରିଥିଲେ । ଯାହାଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଆଠଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ।
![ଦୁବାଇ ବସ ଦୁର୍ଘଟଣାରେ 8 ଭାରତୀୟ ମୃତ](https://etvbharatimages.akamaized.net/etvbharat/prod-images/768-512-3493846-thumbnail-3x2-screenshot-2315jpeg---copy.jpg)
ଫାଇଲ ଫଟୋ
ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟା ସମୟରେ ଦୁବାଇର ରସିଦିୟା ନିକଟରେ 31 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଟ୍ରାଫିକ ସିଗନାଲର ଅବମାନନା କରିଥିଲେ । ଯାହାଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ବିଭିନ୍ନ ଦେଶର 17ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଆଠଜଣ ଭାରତୀୟ ରହିଛନ୍ତି । ଏଥିସହ ଏହି ଦୁର୍ଘଟଣାରେ 5ଜଣ ଗୁରୁତର ଆହତ ହୋଇଛନ୍ତି ।
ତେବେ ମୃତ ଭାରତୀୟମାନେ ହେଲେ ରାଜାଗୋପାଳନ୍, ଫିରୋଜ ଖାନ୍ ପଠାନ୍, ରେସ୍ମା ଫିରୋଜ ଖାନ ପଠାନ, ଦିପକ କୁମାର, ଜାମାଲୁଦିନ୍, ଅରକବେଟିଲ୍, କିରଣ ଜୋନୀ, ବାସୁଦେବ ଏବଂ ତିଳକମ୍ ଜବାହାର ଠାକୁର ।