ଲଣ୍ଡନ: କୋରୋନା କାଳରେ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛନ୍ତି 'ସ୍କିପିଙ୍ଗ ଶିଖ' । ଲଣ୍ଡନର ହାର୍ଲିଙ୍ଗଟନ୍ର 73 ବର୍ଷିୟ ରାଜିନ୍ଦର ସିଂ ଚଳିତ ବର୍ଷ ଆରମ୍ଭରେ ଏକ ୟୁଟ୍ୟୁବ ଚ୍ୟାନେଲରେ ବ୍ୟାୟାମ ଭିଡିଓ ପୋଷ୍ଟ କରି ସଂଗ୍ରହ କରିଛନ୍ତି 12 ଲକ୍ଷ ଟଙ୍କା । ଏବଂ ସମସ୍ତ ଟଙ୍କା ସ୍ଥାନୀୟ NHS(ଜାତୀୟ ସ୍ବାସ୍ଥ୍ୟ ସେବା)କୁ ଦାନ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ଚିଠି ଲେଖି ପ୍ରଶଂସା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହାସହ ତାଙ୍କୁ 'ପଏଣ୍ଟ ଅଫ ଲାଇଟ'ର ମାନ୍ୟତା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଚିଠିରେ କହିଛନ୍ତି ଯେ ତୁମର ସ୍କିପିଙ୍ଗ ଶିଖ ଫିଟନେସ ଭିଡିଓ ହଜାର ହଜାର ଲୋକଙ୍କୁ ଏକତ୍ରିତ କରିଛି । ପ୍ରତ୍ୟେକ ଦିନ ସେମାନେ ତୁମର ବ୍ୟାୟାମରେ ସାମିଲ ହେଉଛନ୍ତି । କୋରୋନା ସମୟରେ ସମସ୍ତ ମନ୍ଦିର ବନ୍ଦ ଥିବା ବେଳେ ଏକା ସାଙ୍ଗରେ ଶିଖ ସମ୍ପ୍ରଦାୟକୁ ଏକତ୍ର କରିବା ଏବଂ ଶକ୍ତି ପ୍ରଦାନ କରିବାର ଏକ ଚତୁର ଉପାୟ ଆପଣ ବାଛିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବୋରିସ |