ଜେନିଭା: ଗତ 24 ଘଣ୍ଟା ମଧ୍ୟରେ ବିଶ୍ବରେ 93 ହଜାରରୁ ଅଧିକ କୋରୋନା ଭୂତାଣୁ ମାମଲା ରିପୋର୍ଟ ହୋଇଛି । ସେହିପରି ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 6.2 ନିୟୁତରୁ ଅଧିକ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ନିଜର ରିପୋର୍ଟରେ ପ୍ରକାଶ କରିଛି । ବିଶ୍ବସ୍ତରରେ ମାମଲା 62 ଲକ୍ଷ 87ହଜାର 7ଶହ 71ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 3ଲକ୍ଷ 79ହଜାର 9ଶହ 41 ରହିଛି ।
କୋରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ଅଧିକ ପ୍ରଭାବିତ ହୋଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 29ଲକ୍ଷ 49ହଜାର 4ଶହ 55 ରହିଛି । ସେହିପରି 1ଲକ୍ଷ 65ହଜାର 3ଶହ 11 ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୁଧବାର ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷାକୁ ପୁନଃଆରମ୍ଭ କରିଛି ।