ଇଣ୍ଡୋନେସିଆ: ଶନିବାର ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.6 ରେକର୍ଡ କରାଯାଇଛି । ଏହା ଭୂକମ୍ପ ପୃଷ୍ଠରୁ 10 କିଲୋମିଟର ଗଭୀରତା ଭିତରେ ରହିଥିବା ଜଣାପଡିଛି । ଏହି ଭୂକମ୍ପରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତିର ରିପୋର୍ଟ ଏଯାବତ୍ ମିଳିନଥିବା ସୂଚନା ଦେଇଛି ଇଏମଏସସି ।
ଇଣ୍ଡୋନେସିଆରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ 5.6 ତୀବ୍ରତା - ଇଣ୍ଡୋନେସିଆ
ଇଣ୍ଡୋନେସିଆରେ ଭୂମିକମ୍ପ ଅନୂଭୂତ । ରିକ୍ଟର ସ୍କେଲରେ 5.6 ତୀବ୍ରତା ରେକର୍ଡ କଲା ଇଏମଏସସି ।

ପ୍ରତିକାତ୍ମକ ଫଟୋ
ଏହି ଦୀପରେ ଦୁନିଆର ସର୍ବାଧିକ ଭୂକମ୍ପ ଅନୁଷ୍ଠିତ ହୋଇଥାଏ । ଏଠାରେ ରହୁଥିବା ୨୬୦ ମିଲିୟନ୍ ଲୋକ ସବୁବେଳେ ଅତ୍ୟଧିକ ଭୂକମ୍ପ, ସୁନାମୀ ଓ ଅଗ୍ନୀଉଦଗୀରଣ ଭୟରେ ଜୀବନ ବିତାଇଥାନ୍ତି ।
ତେବେ 2004 ଡିସେମ୍ବର ମାସରେ ଏକ ଭୟାନକ ଭୂକମ୍ପ ଅନୂଷ୍ଠିତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 9.1 ରେକର୍ଡ କରାଯାଇଥିଲା । ଯେଉଁଥିରେ ଏକ ବିନାଶକାରୀ ସୁନାମୀ ଆସିଥିଲା । ଏଥିରେ ଭାରତୀୟ ମହାସାଗରର ଅନେକ ଦେଶର 2 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା ।